Advertisment

ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ

ଏଠାରେ ପାକିସ୍ତାନ ପ୍ରତିନିଧି ଭାବେ ହିନା ରବ୍ବାନୀ ଖର ଭାରତକୁ ପ୍ରଥମେ ସମାଲୋଚନା କରିବା ସହ କଶ୍ମୀର ଠାରୁ ଆରମ୍ଭ କରି ମାନବାଧିକାର କଥା ଉଠାଇଥିଲେ।

author-image
Hemant Lenka
Pakistan

Pakistan

ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଏଠାରେ ପାକିସ୍ତାନ ପ୍ରତିନିଧି ଭାବେ ହିନା ରବ୍ବାନୀ ଖର ଭାରତକୁ ପ୍ରଥମେ ସମାଲୋଚନା କରିବା ସହ କଶ୍ମୀର ଠାରୁ ଆରମ୍ଭ କରି ମାନବାଧିକାର କଥା ଉଠାଇଥିଲେ। ତେବେ ପାକିସ୍ତାନ ଭାରତ ବିରୋଧରେ ଆଣିଥିବା ସମସ୍ତ ପ୍ରକାରର ଅଭିଯୋଗ ଭିତ୍ତିହୀନ ଓ ଏହା ଭାରତ ବିରୋଧ କେବଳ ଗୋଟିଏ ଅପପ୍ରଚାର ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

Advertisment

ପରିଷଦରେ ଭାରତର ପ୍ରତିନିଧି ସୀମା ପୂଜାନୀ କହିଛନ୍ତି, “ପାକିସ୍ତାନର ଲୋକମାନେ ଜୀବନ, ଜୀବିକା ଓ ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିବା ବେଳେ ଇସଲାମାବାଦ ଭାରତ ବିରୋଧରେ ଅପପ୍ରଚାର କରୁଛି। ପାକିସ୍ତାନ ତା’ର ମୁଖ୍ୟ ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦେଉନାହିଁ। ତେଣୁ ମୁଁ ପାକିସ୍ତାନର ନେତୃବୃନ୍ଦ ମାନଙ୍କୁ ପରାମର୍ଶ ଦେବାକୁ ଚାହେଁ ଯେ ସେମାନେ କେମିତି ନିଜ ଦେଶର ଲୋକଙ୍କୁ ଫାଇଦା ଦେବେ, ତା’ ଉପରେ ଫୋକସ କରନ୍ତୁ। କେବଳ ଭିତ୍ତିହୀନ ଅପପ୍ରଚାର କଲେ କିଛି ବି ଲାଭ ନାହିଁ।”

କଶ୍ମୀରକୁ ନେଇ ତୁର୍କୀର ପ୍ରତିନିଧି ଓ ଓଆଇସି ପକ୍ଷରୁ ପ୍ରକାଶ ପାଇଥିବା ମତାମତକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରେ ହସ୍ତକ୍ଷେପ କରିବା କିମ୍ବା ମତାମତ ଦେବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି।

Advertisment

ସୀମା କହିଛନ୍ତି, “କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସବୁବେଳେ ଭାରତର ଥିଲା, ଅଛି ଓ ରହିବ। ପାକିସ୍ତାନ ବେଆଇନ ଭାବେ ଭାରତୀୟ ଅଞ୍ଚଳକୁ ଦଖଲ କରିଛି। ଓଆଇସି ନିଜର ସଦସ୍ୟ ରାଷ୍ଟ୍ର ପାକିସ୍ତାନକୁ ଆତଙ୍କବାଦ ପନ୍ଥା ଛାଡ଼ି ଭାରତୀୟ ଅଞ୍ଚଳକୁ ଖାଲି କରିବା ପାଇଁ କହିବା ପରିବର୍ତ୍ତେ, ନିଜର ଗୁରୁତ୍ୱପୂର୍ଣ୍ଣ ମଞ୍ଚକୁ ପାକିସ୍ତାନର ଭାରତ ବିରୋଧୀ ଅପପ୍ରଚାର ବିରୋଧରେ ବ୍ୟବହାର କରିବାକୁ ଅନୁମତି ଦେଉଛି।

ପାକିସ୍ତାନ ସବୁବେଳେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସିଛି। ହାଫିଜ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀ ବର୍ଷବର୍ଷ ଧରି ପାକିସ୍ତାନରେ ବେଶ ଆରାମରେ ବୁଲୁଛନ୍ତି। କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନ ପାକିସ୍ତାନ ଆର୍ମିର ଡିଫେନ୍ସ କଲୋନୀରେ ରହୁଥିଲା।”

ଗୁରୁବାର ପାକିସ୍ତାନ ପକ୍ଷରୁ ହିନା ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ନିଜର ପକ୍ଷ ରଖି କଶ୍ମୀରରେ ଭାରତ ସରକାର ମାନାବାଧିକାର ଉଲ୍ଲଙ୍ଘନ କରୁଥିବା କଥା କହିଥିଲେ।

Pakistan India Jammu Kashmir