Advertisment

ମଝି ଆକାଶରେ ଏୟାର ହୋଷ୍ଟେସ୍‌ଙ୍କ ସହ ଦୁର୍ବ୍ୟବହାର

ମନା କରିବା ପରେ ବି ଜଣେ ଯାତ୍ରୀ ଜୋର ଜବରଦସ୍ତି ଏୟାର ହୋଷ୍ଟେସ୍‌ଙ୍କ ହାତ ଧରିଛନ୍ତି।

Indigo Airlines

Indigo Airlines

Advertisment

ମଝି ଆକାଶରେ ପୁଣି ଦୁର୍ବ୍ୟବହାର। ବାରମ୍ବାର ବାରଣ ସତ୍ତ୍ୱେ ଏୟାର ହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର କଲେ ଯୁବକ। ଶେଷରେ ବନ୍ଧା ହେଲେ। ଜୟପୁରରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଘଟିଛି ଏଭଳି କିଛି ଘଟଣା।

Advertisment

ଇଣ୍ଡିଗୋ ବିମାନ ନମ୍ବର 6E 556ରେ ଜଣେ ଯାତ୍ରୀ ଏୟାର ହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ମନା କରିବା ପରେ ବି ସେ ଜୋର ଜବରଦସ୍ତି ଏୟାର ହୋଷ୍ଟେସ୍‌ଙ୍କ ହାତ ଧରିଛନ୍ତି। ଏନେଇ କ୍ରୁ ମେମ୍ବରକୁ ସୂଚନା ଦେବା ପରେ ବିମାନର କ୍ୟାପ୍ଟେନ୍‌ ଅଭିଯୁକ୍ତ ଯୁବକଙ୍କ ବିରୋଧ କଡ଼ା ଆକ୍ସନ ନେଇଛନ୍ତି। ରବିବାର ଦିନ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ରଣଧୀର ସିଂହ। ତାଙ୍କ ବୟସ ୩୩ ବର୍ଷ। ସେ ରାଜସ୍ଥାନ ଶିକର ଜିଲ୍ଲାର ବାସିନ୍ଦା।

ସୂଚନା ମୁତାବକ, ଶୁକ୍ରବାର ଦିନ ରଣଧୀର ଜୟପୁରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରା କରିଥିଲେ। ତେବେ ସେ ଯାତ୍ରା ସମୟରେ ନିଶାଶକ୍ତ ଅବସ୍ଥାରେ ଥିଲେ। ବିମାନ ବନ୍ଦରରୁ ବିମାନ ଉଡାଣ ଭରିବା ପରେ ସେ ଏୟାର ହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତ ଧରିଥିଲେ। ଏନେଇ ଅନ୍ୟ ଯାତ୍ରୀମାନେ ମଧ୍ୟ ତାଙ୍କୁ ବାରଣ କରିଥିଲେ। ହେଲେ ସେ କିଛି ଶୁଣିନଥିଲେ। ଏହାପରେ ବିମାନ କ୍ରୁକୁ ସୂଚନା ଦିଆଯାଇଥିଲା। ବେଙ୍ଗାଲୁରୁ ଏୟାରପୋର୍ଟରେ କ୍ୟାବିନ୍‌ କ୍ରୁ ଦ୍ୱାରା ରଣଧୀର ସିଂହଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ପରେ ଶନିବାର ଇଣ୍ଡିଗୋ ଅଧିକାରୀ ବରୁଣ କୁମାର ଏନେଇ ପୁଲିସରେ ମାମଲା ରୁଜୁ କରିଥିଲେ। ରବିବାର ପୁଲିସ ରଣଧୀରଙ୍କୁ ଗିରଫ କରିଥିଲା।

Advertisment

ଏହାପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ଏଭଳି ଏକ ସମାନ ମାମଲା ସାମ୍ନାକୁ ଆସିଥିଲା। ମୁମ୍ବାଇରୁ ଗୁହାଟୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଖବର ଆସିଥିଲା। ବିମାନର ଲାଇଟ୍‌ ବନ୍ଦ ହେବା ପରେ ପାଖ ସିଟ୍‌ରେ ବସିଥିବା ବ୍ୟକ୍ତି ତାଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ପୀଡିତା ଅଭିଯୋଗ ଆଣିଥିଲେ।

Misbehave In Flight Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe