ଘଟଣା ସ୍ଥଳର ଦୃଶ୍ୟ
ଚେନ୍ନାଇରୁ ସିଙ୍ଗାପୁର ଯିବାକୁ ଥିବା ୨୦୦ରୁ ଅଧିକ ଇଣ୍ଡିଗୋ(Indigo) ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ବିମାନ ମଧ୍ୟରେ ସେମାନଙ୍କ ପ୍ରକୃତ ଯାତ୍ରା ଠାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଛି। ସେମାନେ ବିମାନ ମଧ୍ୟରେ ୫ ଘଣ୍ଟାରୁ ଅଧିକ ସମୟ ଫସି ରହିବାରୁ ହଟ୍ଟଗୋଳ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାତ୍ରୀମାନେ ବିମାନର ବାହାରକୁ ଆସିବା ପାଇଁ କେମିତି ବିକଳ ହେଉଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି।
ତେବେ ଇଣ୍ଡିଗୋ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ଉଡ଼ାଣ ପୂର୍ବରୁ ପାଇଲଟ ଏହାର କ୍ୟାବିନ ତାପମାତ୍ରା ଅଧିକ ଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ଇଞ୍ଜିନିୟରିଂ ଟିମକୁ ଖବର ଦେଇଥିଲେ। ସେହପରି ନିୟମ ଅନୁସାରେ କକପିଟ କ୍ରୁଙ୍କ କାର୍ଯ୍ୟ କରିବା ସମୟ ମଧ୍ୟ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ ଠାରୁ ଅଧିକ ହୋଇ ହୋଇ ଯାଇଥିଲା। ଏଥିପାଇଁ ବିକଳ୍ପ କ୍ରୁର ବ୍ୟବସ୍ଥା କରିବାରେ ସମୟ ଲାଗିଥିଲା ବୋଲି ଇଣ୍ଡିଗୋ ପକ୍ଷରୁ ସଫେଇ ଦିଆଯାଇଛି।
ସୋଶାଲ ମିଡିଆରେ ଯାତ୍ରୀଙ୍କ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓ ଅତ୍ୟନ୍ତ ବିଚଳିତ କରିବା ଭଳି। ଯାତ୍ରୀମାନେ ଦୀର୍ଘ ଘଣ୍ଟା ଧରି ବିମାନରେ ଫସି ରହିଥିବାରୁ ଅଣନିଃଶ୍ୱାସୀ ହୋଇ ଯାଉଥିବା କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ସେହିପରି ସେମାନେ ବିମାନ ବାହାରକୁ ଆସିବାକୁ ଚେଷ୍ଟା କରିବା ବେଳେ ସେମାନଙ୍କୁ ସିଆଇଏସଏଫ କର୍ମଚାରୀମାନେ ବିଳମ୍ବର କାରଣ ନ କହି କେବଳ ଧମକାଇଥିଲେ ବୋଲି ଅଭିଯୋଗ ହୋଇଛି।
ସିଙ୍ଗାପୁର ଯିବାକୁ ଥିବା ବିମାନ ୬ଇ୧୦୨୫ ମଙ୍ଗଳବାର ସକାଳ ୭.୩୦ରେ ଉଡ଼ାଣ ଭରିବା କଥା। ଏଥିପାଇଁ ସକାଳ ୬.୩୦ରେ ଯାତ୍ରୀମାନଙ୍କ ଚେକ ଇନ ହୋଇଥିଲା। କିନ୍ତୁ ବିମାନଟି ଠିକଣା ସମୟରେ ଉଡ଼ାଣ ନ ଭରିବାରୁ ଯାତ୍ରୀମାନଙ୍କୁ ବିମାନରେ ବନ୍ଦ ହୋଇ ରହିବାକୁ ପଡ଼ିଥିଲା।
ଜଣେ ଯାତ୍ରୀ କହିଛନ୍ତି, “ବିଳମ୍ବର କାରଣ କୁହାଯାଉ ନାହିଁ ଓ କୌଣସି ପ୍ରକାରର ଯୋଗାଯୋଗ କରାଯାଉନି। କ୍ୟାବିନର ଏସିକୁ ବାରମ୍ବାର ଅନ ଅଫ କରାଯାଉଛି। ଛୋଟ ଛୁଆ, ବୟସ୍କ ଯାତ୍ରୀ ଓ ୱାର୍କିଂ ପ୍ରଫେସନାଲମାନେ ବିମାନରେ ରହିଛନ୍ତି। ଅଣନିଃଶ୍ୱାସୀ ହେବା ଯୋଗୁ ଯେଉଁମାନେ ବିମାନ ବାହାରକୁ ଯିବା ପାଇଁ ଅନୁରୋଧ କରୁଛନ୍ତି, ସେମାନଙ୍କୁ ଛଡ଼ା ଯାଉନାହିଁ।”
ଯାତ୍ରୀଙ୍କ କହିବା କଥା ଯେ ବିମାନର ପାଇଲଟ ବିଳମ୍ବ ଯୋଗୁ ଡିଟ୍ୟୁ ଶେଷ କଥା କହି ଅଧାରୁ ଚାଲି ଯାଇଥିଲେ। ବିକଳ୍ପ ପାଇଲଟଙ୍କ ଡ୍ୟୁଟି ଦିନ ୧୧ଟା ବେଳକୁ ଥିଲା। ସେ ଆସିବା ପରେ ଦିନ ୧୨ଟାରେ ବିମାନ ଉଡ଼ାଣ ଭରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/indigo-2026-02-25-17-57-20.jpg)