Advertisment

ରନ୍‌ଓ୍ୱେରେ ବସି ଯାତ୍ରୀ ଖାଇବା ମାମଲା: ଇଣ୍ଡିଗୋକୁ ୧.୨୦ କୋଟି ଫାଇନ୍

ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌କୁ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

IndiGo Fined ₹ 1.2 Crore

IndiGo Fined ₹ 1.2 Crore

Advertisment

ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ପାଖାପଖି ଦେଢ଼ କୋଟିର ଫାଇନ୍‌ ହୋଇଛି। ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା।

Advertisment

ଜାନୁଆରୀ ୧୪ ତାରିଖର ଏହି ଘଟଣା ଘଟିଥିଲା। ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ୩୦ ଦିନ ଭିତରେ ଏହି ଫାଇନ୍‌ ଦେବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌କୁ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (BCAS) ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଛି।

BCAS ପକ୍ଷରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ବେଳେ DGCA ପକ୍ଷରୁ ଜରିମାନା ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ଏହା ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା। ସେଥିରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଓ ଇଣ୍ଡିଗୋ ଏୟାରଲାଇନ୍ସକୁ ଜରିମାନା କରାଯାଇଥିବା କହିଛି DGCA।

Advertisment

ସେପଟେ ଘନ କୁହୁଡ଼ି ଓ ଲୋ-ଭିଜିବିଲିଟିରେ ବିମାନ ଉଡ଼ାଣର ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରାଯାଇଥିବାରୁ ଏୟାର ଇଣ୍ଡିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଲେଖାଏଁ ଫାଇନ୍ ହୋଇଛି।

BCAS Mumbai Airport Indigo Airlines DGCA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe