Advertisment

ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲା ଡିଜିସିଏ

୬ ମାସ ମଧ୍ୟରେ ଇଣ୍ଡିଗୋ ଏୟାର ଲାଇନ୍ସର ଏ୩୨୧ ବିମାନା ୪ଟି ଅଘଟଣ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ସ୍ୱତନ୍ତ୍ର ଅଡିଟି କରିଥିଲା।

Indigo

Indigo

Advertisment

ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଡିଜିସିଏ। ସଂସ୍ଥା ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି। ସେବା ପ୍ରଦାନ, ଟ୍ରେନିଂ ଓ ଇଞ୍ଜିନିୟରିଂ ପ୍ରକ୍ରିୟାରେ ଆବଶ୍ୟକ ଦସ୍ତାବିଜ୍‌ ପ୍ରସ୍ତୁତରେ କମ୍ପାନୀ ନିୟମ ଉଲ୍ଲଙ୍ଘନ କରିଛି। ସେହିପରି ସଂସ୍ଥାରେ ବ୍ୟବସ୍ଥାଗତ ଅଭାବ ରହିଥିବାରୁ ଏପରି ଦଣ୍ଡ ପାଇଛି।

Advertisment

୬ ମାସ ମଧ୍ୟରେ ଇଣ୍ଡିଗୋ ଏୟାର ଲାଇନ୍ସର ଏ୩୨୧ ବିମାନା ୪ଟି ଅଘଟଣ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ସ୍ୱତନ୍ତ୍ର ଅଡିଟି କରିଥିଲା। ଅଡିଟି ବେଳେ ଡିଜିସିଏ କମ୍ପାନୀର ଡକ୍ୟୁମେଟେସନ ସହ ଅପରେସନ, ଟ୍ରେନିଂ ଓ ଇଞ୍ଜିନିୟରିଂ ପ୍ରକ୍ରିୟାର ସମୀକ୍ଷା କରିଥିଲା।

ଏହା ବାଦ ଫ୍ଲାଇଟ ଡାଟା ମନିଟରିଂ କାର୍ଯ୍ୟକ୍ରମର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଇଣ୍ଡିଗୋ ଦସ୍ତାବିଜ ପ୍ରସ୍ତୁତି ଠାରୁ ଆରମ୍ଭ କରି ଅପରେସନ ଓ ଇଞ୍ଜିନିୟରିଂ ପ୍ରକ୍ରିୟା ଯାଏ ସବୁଥିରେ ବ୍ୟବସ୍ଥାଗତ ଅଭାବ ରହିଥିବା ଜଣାପଡ଼ିଛି। ସବୁଥିରେ କମ୍ପାନୀ ଧାର୍ଯ୍ୟ ନିୟମକୁ ପୂରଣ କରି ପାରି ନଥିବାରୁ ଡିଜିସିଏ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

Advertisment

କମ୍ପାନୀ ମଧ୍ୟ ଏହାର ଜବାବ ରଖିଥିଲା। କିନ୍ତୁ ଏକାଧିକ ସ୍ତରରେ ଜବାବର ରିଭ୍ୟୁ କରାଯାଇଥିଲେ ହେଁ ଏହା ସନ୍ତୋଷଜନକ ସାବ୍ୟସ୍ତ ହୋଇ ପାରି ନଥିଲା। ଏଥିପାଇଁ ଡିଜିସିଏ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି। ସେହିପରି କମ୍ପାନୀକୁ ଡିଜିସିଏ ଗାଇଡଲାଇନ ଅନୁସାରେ ନିଜର ଦସ୍ତାବିଜ୍ ଓ ପ୍ରକ୍ରିୟାରେ ସଂଶୋଧନ କରିବାକୁ କୁହାଯାଇଛି।

Indigo Airlines DGCA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe