Advertisment

ପାଟନା ଯିବାର ଥିଲା, ବିମାନ ଉଡ଼ିଗଲା ରାଜସ୍ଥାନ

ଦିନକ ପରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
IndiGo

IndiGo

Advertisment

ବିହାରର ପାଟନା ଯିବାର ଥିଲା। କିନ୍ତୁ ବିମାନ ନେଇଗଲା ରାଜସ୍ଥାନର ଉଦୟପୁର। ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ ଆଫସର ହୁସେନ୍ ନାମକ ଯାତ୍ରୀ ଗତ ଜାନୁଆରୀ ୩୦ ତାରିଖରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ 6E-214 ମାଧ୍ୟମରେ ପାଟନା ପାଇଁ ଟିକେଟ ବୁକ୍ କରିଥିଲେ। ଜାନୁଆରୀ ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେ ଭୁଲରେ ଇଣ୍ଡିଗୋର ଉଦୟପୁର ଅଭିମୁଖେ 6E-319 ବିମାନରେ ଚାଲିଯାଇଥିଲେ। ପାଟନାଠାରୁ ପ୍ରାୟ ୧୪୦୦ କିଲୋମିଟର ଦୂର ରାଜସ୍ଥାନର ଉଦୟପୁରରେ ଅବତରଣ କରିଥିଲେ। ଏହା ପରେ ସେ ଉଦୟପୁର ବିମାନବନ୍ଦର ଅଧିକାରୀଙ୍କୁ ଅବଗତ କରିବା ପରେ ।

Advertisment

ପରେ ଇଣ୍ଡିଗୋ ଏୟାର ଲାଇନ୍ସକୁ ଅବଗତ କରାଯାଇଥିଲା । ପରେ ଇଣ୍ଡିଗୋରେ ଆଉ ଏକ ବିମାନରେ ତାଙ୍କୁ ଦିଲ୍ଲୀ ନିଆଯାଇ ପରଦିନ ତାଙ୍କୁ ପାଟନା ଅଣାଯାଥିଲା। ଏନେଇ ସେ ଅଭିଯୋଗ କରିବାରୁ ଡିଜିସିଏ ଅଧିକାରୀ ତଦନ୍ତ ନିତର୍ଦ୍ଦେଶ ଦେଇଛନ୍ତି। ବୋର୍ଡ଼ିଂ ବେଳେ ତ୍ରୁଟିପୂର୍ଣ୍ଣ ଯୋଗୁ ତାଙ୍କୁ ଭୁଲରେ ଆଉ ଏକ ବିମାନର ଠିକଣା ଦିଆଯାଥିଲା। ବୋର୍ଡିଂ ପାସ୍ ଭଲ ଭାବେ ସ୍କାନ କରାଯାଇନଥିଲା ଏବଂ ବୋର୍ଡିଂ ପୂର୍ବରୁ ଦୁଇଟି ପଏଣ୍ଟରେ ନିୟମ ମୁତାକ ଚେକିଂ କରାଯାଇ ନଥିଲା। ତେବେ ଏହି ତ୍ରୁଟି ନେଇ ଅଭିଯୋଗ ହେବା ପରେ ଇଣ୍ଡିଗୋ ଭୁଲ ମାଗିଛି।

ଏନେଇ ଏକ ବିବୃତ୍ତିରେ ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ, 6E319 ଦିଲ୍ଲୀ-ଉଦୟପୁର ବିମାନରେ ଜଣେ ଯାତ୍ରୀଙ୍କ ସହ ଘଟିଥିବା ଘଟଣା ବିଷୟରେ ଆମେ ଅବଗତ ଅଛୁ। ସେତେବେଳେ ସେ ଅଭିଯୋଗ କରିବା ପରେ ତାଙ୍କୁ ଆମେ ଆଉ ଏକ ବିମାନରେ ତାଙ୍କ ଗନ୍ତବ୍ୟସ୍ତଳରେ ପହଞ୍ଚାଇଥିଲୁ। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ ବୋଲି ସେ କହିଛନ୍ତି । ଗତ ୨୦ ଦିନ ମଧ୍ୟରେ ଇଣ୍ଡିଗୋ ବିମାନରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଜାନୁଆରୀ ୧୩ରେ ଇନ୍ଦୋର ଅଭିମୁଖେ ଯାତ୍ରା ପାଇଁ ଜଣେ ଯାତ୍ରୀ ଭୁଲରେ ନାଗପୁର ଚାଲିଯାଇଥିଲେ।

Advertisment
Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe