Advertisment

ବିମାନ ଟଏଲଟରେ ଟିସୁ ପେପରରେ ଲେଖା ହୋଇଥିଲା- ମୋ’ ବ୍ୟାଗରେ ବମ୍‌ ଅଛି...

‘ମୋ’ ବ୍ୟାଗରେ ବମ୍‌ ଅଛି। ବିମାନଟି ଲ୍ୟାଣ୍ଡ କରୁ କରୁ ସମସ୍ତେ ମରିବେ।’ ମଝି ଆକାଶରେ ଉଡ଼ୁଥିବା ଏକ ବିମାନ ଟଏଲଟରେ ଥିବା ଟିସୁ ପେପରରେ ଏପରି ଧମକପୂର୍ଣ୍ଣ ଲେଖା ଦେଖି ସମସ୍ତ ଯାତ୍ରୀ ଛାନିଆ ହୋଇଗଲେ।

author-image
Niharika Rout
Flight

Flight

‘ମୋ’ ବ୍ୟାଗରେ ବମ୍‌ ଅଛି। ବିମାନଟି ଲ୍ୟାଣ୍ଡ କରୁ କରୁ ସମସ୍ତେ ମରିବେ।’ ମଝି ଆକାଶରେ ଉଡ଼ୁଥିବା ଏକ ବିମାନ ଟଏଲଟରେ ଥିବା ଟିସୁ ପେପରରେ ଏପରି ଧମକପୂର୍ଣ୍ଣ ଲେଖା ଦେଖି ସମସ୍ତ ଯାତ୍ରୀ ଛାନିଆ ହୋଇଗଲେ। ଏହାପରେ ବିମାନଟିକୁ ତୁରନ୍ତ ଅବତରଣ କରାଯିବା ସହ ତନତନ ଯାଞ୍ଚ କରାଯାଇଥିଲା। ଏପରି ଏକ ଘଟଣା ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଫ୍ଲାଇଟ୍‌ରେ ଘଟିଛି।

Advertisment

ଇଣ୍ଡିଗୋର ଏକ ଫ୍ଲାଇଟ ଚେନ୍ନାଇରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ତାହା ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର ଥିଲା। ମାତ୍ର ବିମାନଟି ମଝି ଆକାଶରେ ଥିବା ବେଳେ ଆରମ୍ଭ ହେଲା ହାଇଡ୍ରାମା।

ବିମାନର ଟଏଲଟର ଏକ ଟିସୁ ପେପରରେ ହୋଇଥିବା ଲେଖା ଦେଖି ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଉକ୍ତ ଟିସୁ ପେପରରେ ଲେଖା ଥିଲା, ମୋ’ ବ୍ୟାଗରେ ବମ୍‌ ଅଛି । ବିମାନଟି ମୁମ୍ବାଇରେ ଲ୍ୟାଣ୍ଡ କରିବା ମାତ୍ରେ ବିସ୍ଫୋରଣ ହେବ ଓ ସମସ୍ତେ ମରିବେ। ମୁଁ ଏକ ଆତଙ୍କବେଦୀ ସଙ୍ଗଠନର ସଦସ୍ୟ । ମୁଁ ପ୍ରତିଶୋଧ ନେବାକୁ ଏପରି କରୁଛି, ସମସ୍ତେ ମରିବେ।

Advertisment

ଏପରି ଲେଖା ଦେଖି ଯାତ୍ରୀମାନେ ପ୍ରମାଦ ଗଣିବା ଆରମ୍ଭ କଲେ। ଏହାପରେ ତୁରନ୍ତ ମୁମ୍ବାଇ ପୁଲିସ୍‌ ଓ ସୁରକ୍ଷା ଏଜେନ୍ସିଙ୍କୁ ଖବର ଦିଆଯାଇ ବିମାନଟିକୁ ତୁରନ୍ତ ଲ୍ୟାଣ୍ଡ କରାଯାଇଥିଲା। ସଙ୍ଗେସଙ୍ଗେ ଯାତ୍ରୀମାନଙ୍କୁ ବାହାର କରାଯାଇ ବିମାନଟିକୁ ତନ ତନ କରି ଯାଞ୍ଚ କରାଯାଇଥିଲା। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳି ନ ଥିଲା।

ମୁମ୍ବାଇ ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି।

Bomb Threat Indian Passenger Plane