IndiGo Flight
ପାକିସ୍ତାନରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ। ଦୋହା ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।
ଇଣ୍ଡିଗୋ ପକ୍ଷରୁ ଜାରି ସୂଚନା ମୁତାବକ, ଦୋହାରୁ ଲକ୍ଷ୍ନୌ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ମେଡିକାଲ ଏମରଜେନ୍ସି ଆସିବା ଯୋଗୁ ଏହାକୁ ପାକିସ୍ତାନରେ ଅବତରଣ କରାଯାଇଛି। ଫ୍ଲାଇଟ୍ ନମ୍ବର ୬ଇ୧୪୧୨ର ଜଣେ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଏହାଦେଖି ପାଇଲଟ୍ ଅନୁମତି ନେଇ ପାକିସ୍ତାନରେ ବିମାନକୁ ଜରୁରୀ ଅବତରଣ କରିଥିଲେ। ତେବେ କରାଚିରେ ଜରୁରୀ ଅବତରଣ ପରେ ଉକ୍ତ ଯାତ୍ରୀଙ୍କୁ ମେଡିକାଲ ଟିମ୍ ମୃତ ଘୋଷିତ କରିଥିଲେ। ଯାତ୍ରୀ ଜଣକ ନାଇଜେରିଆର ଥିଲେ।
ଏହାପୂର୍ବରୁ ମଧ୍ୟ ଫେବ୍ରୁଆରୀ ମାସରେ ଏକ ଏୟାର ଆମ୍ବୁଲାନ୍ସକୁ ମଧ୍ୟ ଇସଲାମାବାଦରେ ଏମରଜେନ୍ସି ଲ୍ୟାଣ୍ଡି କରାଯାଇଥିଲା। ଏହି ଏୟାର ଆମ୍ବୁଲାନ୍ସରେ ବିଦେଶୀ ଯାତ୍ରୀ ଥିଲେ, ଯିଏକି ଅସୁସ୍ଥ ଥିଲେ। ଏଥିସହ ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ ଥିଲେ । ରିଫ୍ୟୁଲିଂ ପାଇଁ ବିମାନଟିକୁ ଇସ୍ଲାମାବାନରେ ଜରୁରୀ ଅବତରଣ କରାଯାଇଥିଲା। ବିମାନଟି କୋଲକାତାରୁ ତାଜିକିସ୍ତାନର ରାଜଧାନୀ ଦୁଶାଂବେ ଯାଉଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ରିଫ୍ୟୁଲିଂ ପରେ ବିମାନଟି ଉଡାଣ ଭରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678684876.jpg)