Advertisment

ବାଟ ଭୁଲିଗଲା ଯାତ୍ରୀବାହି ବିମାନ, ପାକିସ୍ତାନରେ ପଶି ଗଲା

ଏହି ଇଣ୍ଡିଗୋ ବିମାନ ଅମୃତସରରୁ ଅହମଦାବାଦ୍ ଯାଉଥିଲା।

IndiGo Flight

IndiGo Flight

Advertisment

ବାଟ ଭୁଲିଗଲା ଯାତ୍ରୀବାହି ବିମାନ। ଭାରତ ସୀମାରୁ ବାହାରି ଯାଇ ଭୁଲବଶତଃ ପାକିସ୍ତାନରେ ପଶି ଗଲା। ଏହି ଇଣ୍ଡିଗୋ ବିମାନ ଅମୃତସରରୁ ଅହମଦାବାଦ୍ ଯାଉଥିଲା। ଖରାପ ପାଗ କାରଣରୁ ବାଟଭୁଲି ଏହି ବିମାନ ପାକିସ୍ତାନର ଲାହୋର ନିକଟ ଗୁଜରନୱାଲା ଆକାଶରେ ଉଡ଼ିଥିଲା। ତେବେ ପରେ ଏହା ଗତିପଥ ବଦଳାଇ ସୁରକ୍ଷିତ ଭାରତ ସୀମାକୁ ଆସି ଯାଇଥିଲା ଓ ସୁରକ୍ଷିତ ଅବତରଣ କରିଥିଲା। ଶନିବାର ଖରାପ ପାଗ କାରଣରୁ ଏଭଳି ଘଟଣା ଘଟିଥିବା ଆଜି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

Advertisment

ଏହି ବିମାନ ଶନିବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ଲାହୋରର ଉତ୍ତର ଭାଗରେ ପ୍ରବେଶ କରିଥିଲା ଏବଂ ୮ଟା ୧ ମିନିଟ୍ ବେଳେ ଭାରତୀୟ ସୀମାକୁ ଚାଲି ଆସିଥିଲା। ବିମାନଟି ପାକିସ୍ତାନ ଚାଲି ଯାଇଥିବା ଜଣାପଡ଼ିବା ପରେ ପାକିସ୍ତାନ ସରକାରଙ୍କ ସହ ଅମୃତସର ଏଟିସି ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲା। ପାକିସ୍ତାନ ସରକାରଙ୍କ ସହଯୋଗ ଯୋଗୁ ଏହା ଅହମଦାବାଦ୍ ସୁରକ୍ଷିତ ଫେରି ଆସିଥିଲା।

ସୂଚନା ଥାଉକି, ଗତ ମେ’ ମାସରେ ସମାନ ଘଟଣା ଘଟିଥିଲା। ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ଭାରତୀୟ ବାୟୁସୀମା ଭିତରକୁ ପଶି ଆସିଥିଲା। ୧୦ ମିନିଟ୍ ଭାରତୀୟ ଆକାଶରେ ଉଡ଼ିବା ପରେ ଏହା ସୁରକ୍ଷିତ ପାକିସ୍ତାନ ସୀମାକୁ ଯାଇଥିଲା।

Advertisment
Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe