Advertisment

ରନ୍‌ଓ୍ୱେରେ ବସି ଖାଇଲେ ଯାତ୍ରୀ, ଇଣ୍ଡିଗୋକୁ ନୋଟିସ୍‌ ଜାରି

ମୁମ୍ବାଇ ବିମାନ ବନ୍ଦରର ରନ୍‌ଓ୍ୱେ ଉପରେ ବସି କିଛି ଯାତ୍ରୀ ଖାଦ୍ୟ ଖାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ।

Notice to IndiGo Airlines

Notice to IndiGo Airlines

Advertisment

ବିମାନ ଉଡ଼ାଣରେ ହେଲା ବିଳମ୍ବ, ରନ୍‌ଓ୍ୱେ ଉପରେ ବସି ଖାଦ୍ୟ ଖାଇଲେ ଯାତ୍ରୀ। ଏହି ଭିଡିଓ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ଅଡୁଆ ବଢ଼ିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ ସୁରକ୍ଷା (ବିସିଏସ୍) ପକ୍ଷରୁ ଇଣ୍ଡିଗୋକୁ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

Advertisment

ପ୍ରକୃତରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ବିଳମ୍ବ ହେବାପରେ ଯାତ୍ରୀଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଥିଲା। ମୁମ୍ବାଇ ବିମାନ ବନ୍ଦରର ରନ୍‌ଓ୍ୱେ ଉପରେ ବସି କିଛି ଯାତ୍ରୀ ଖାଦ୍ୟ ଖାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାତିରେ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।

ଏହି ବୈଠକ ପରେ ଆଜି MoCA (Ministry of Civil Aviation)ର ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ ସୁରକ୍ଷା (ବିସିଏସ୍) ଇଣ୍ଡିଗୋ ଏୟାରଲାଇନ୍ସ ତଥା ମୁମ୍ବାଇ ବିମାନବନ୍ଦରକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏଥିସହ ନିର୍ଦ୍ଧାରିତ ସମୟ ଭିତରେ ଯଦି ଜବାବ ନ ମିଳେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

Advertisment

ନୋଟିସ୍‌ ଅନୁଯାୟୀ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନବନ୍ଦର ଉଭୟ ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ସୁବିଧା ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି। ବିମାନକୁ ଏକ ରିମୋଟ୍‌ ଓ୍ୱେ ସି-୩୩ ବଣ୍ଟନ କରାଯାଇଥିଲା। ଯାହା ଯାତ୍ରୀମାନଙ୍କ ଅସୁବିଧାକୁ ଆହୁରି ବଢ଼ାଇ ଦେଇଥିଲା। ଏହାଦ୍ୱାରା ଟର୍ମିନାଲରେ ଶୌଚାଳୟ ଏବଂ ଜଳପାନ ଭଳି ମୌଳିକ ସୁବିଧା ପାଇବା ସୁଯୋଗରୁ ସେମାନେ ବଞ୍ଚିତ ଥିଲେ ବୋଲି ନୋଟିସରେ କୁହାଯାଇଛି।

ପ୍ରକୃତରେ, ରବିବାର ଦିନ ଗୋଆରୁ ଟେକ୍ ଅଫ୍‌ କରିଥିବା ଇଣ୍ଡିଗୋ ବିମାନଟି ଘନ କୁହୁଡି ଯୋଗୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିପାରିନଥିଲା। ଦିଲ୍ଲୀ ବଦଳରେ ଏହାକୁ ମୁମ୍ବାଇ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ତେବେ ଏହାପୂର୍ବରୁ ଗୋଆରେ ବିମାନ ଉଡାଣରେ ବିଳମ୍ବ ହୋଇ ସାରିଥିବାରୁ ଯାତ୍ରୀମାନେ ରାଗି ଯାଇଥିଲେ। ଗୋଆ-ଦିଲ୍ଲୀ ବିମାନ ଉଡ଼ାଣରେ ପ୍ରାୟ ୧୮ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀମାନେ ରାଗି ଯାଇ ରନ୍‌ଓ୍ୱେ ଛାଡିବାକୁ ମନା କରିଦେଇଥିଲେ। ଯାତ୍ରୀମାନେ ସେଠାରେ ବସି ପ୍ରତିବାଦ କରିବା ସହ ରାତ୍ର ଖାଦ୍ୟ ଖାଇଥିଲେ। କେବଳ ସେତିକି ନୁହେଁ ରନ୍‌ଓ୍ୱେ ଉପରେ ଶୋଇବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କ୍ଷମା ମଗାଯିବା ସହ ସ୍ପଷ୍ଟୀକରଣ ଜାରି କରାଯାଇଥିଲା। 

Mumbai Airport Indigo Airlines Bureau Of Civil Aviation Security Ministry Of Civil Aviation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe