Advertisment

ସିଟ୍‌ରୁ ଗାଏବ ହୋଇ ଯାଇଥିଲା ଗଦି, ରାଗିଗଲେ ବିମାନ ଯାତ୍ରୀ

ପ୍ରଥମତଃ ଫ୍ଲାଇଟ୍‌ ଦେଢ ଘଣ୍ଟା ବିଳମ୍ବରେ ଥିଲ। ଏହାପରେ ସିଟ୍‌ର ଏପରି ଅବସ୍ଥା ଦେଖି ଯାତ୍ରୀଜଣକ ନିଜ ହିତାହିତ ଜ୍ଞାନ ଭୁଲି ବସିଲେ।

Seat in Airlines

Seat in Airlines

Advertisment

ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବାକୁ ଫ୍ଲାଇଟ୍‌ରେ ସିଟ୍‌ ବୁକ୍‌ କଲେ ଯାତ୍ରୀ। ମାତ୍ର ଫ୍ଲାଇଟ୍‌କୁ ଯିବା ପରେ ଯାହା ଦେଖିଲେ ତାଙ୍କ ମୁଣ୍ଡ ଘୂରାଇ ଦେଲା। କାରଣ ତାଙ୍କ ନାମରେ ଧାର୍ଯ୍ୟ ହୋଇଥିବା ସିଟ୍‌ ତ ବସିଥିଲା, ହେଲେ ତାହା ଉପରେ ବସିବାକୁ ଗଦି ନ ଥିଲା। ଏହାଦେଖି ଯାତ୍ରୀଜଣକଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା।

Advertisment

ଏପରି ଏକ ଘଟଣା ଇଣ୍ଡିଗୋ ଏୟାଲାଇନ୍ସରେ ଗତ ୧୦ ତାରିଖରେ ଘଟିଛି। ପ୍ରଥମତଃ ଫ୍ଲାଇଟ୍‌ ଦେଢ ଘଣ୍ଟା ବିଳମ୍ବରେ ଥିଲ। ଏହାପରେ ସିଟ୍‌ର ଏପରି ଅବସ୍ଥା ଦେଖି ଯାତ୍ରୀଜଣକ ନିଜ ହିତାହିତ ଜ୍ଞାନ ଭୁଲି ବସିଲେ। କାରଣ ସିଟ୍‌ରେ ଗଦି ନ ଥିବା ବେଳେ କେବଳ ଲୁହା ଖଣ୍ଡ ଥିଲା। ଏହା ଉପରେ କିପରି ବସିବେ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଏନେଇ ସେ ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଦେଲେ।

ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସିବା ପରେ ଆକ୍ସନ ମୁଡକୁ ଚାଲି ଆସିଲା ଇଣ୍ଡିଗୋ ଏୟାଲାଇନ୍ସ । ଇଣ୍ଡିଗୋ ପକ୍ଷରୁ ତୁରନ୍ତ ଯାତ୍ରୀଙ୍କ ପିଏନଆର ନମ୍ବର ପଚରା ଯାଇଥିଲା।

Advertisment

ତେବେ କିଛି କ୍ଷଣ ମଧ୍ୟରେ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। କିଛି ୟୁଜର୍ସ ଲେଖିଲେ ଏୟାରଲାଇନ୍ସ ଏବେ ଏହି ସିଟ୍ ପାଇଁ ଅଧିକ ଚାର୍ଜ କରିବ । ଅଧିକ ଟଙ୍କା ହାତେଇବାକୁ ଏୟାରଲାଇନ୍ସ ଏପରି ଚାଲ ଖେଳୁଛି ବୋଲି କିଛି ୟୁଜର୍ସ କମେଣ୍ଟ ଦେବାକୁ ପଛାଇଲେ ନାହିଁ।

ଟଙ୍କା ଦେଇ ନିଜ ପସନ୍ଦର ସିଟ୍‌ ବୁକ୍‌ କରିବା ସ୍କିମ୍‌ କିଛି ଦିନ ପୂର୍ବେ ଇଣ୍ଡିଗୋ ଆରମ୍ଭ କରିଛି। ଫଳରେ ୨ ହଜାର ଟଙ୍କା ଅଧିକ ଦେଲେ ଝରକା ପାଖ ସିଟ୍‌ ମିଳି ପାରିବ । ଏହାପରେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଏପରି ସିଟ୍‌କୁ ଦେଖି ଲୋକେ ଖୁବ୍‌ ନେଗେଟିଭ କମେଣ୍ଟ ଦେଇଛନ୍ତି।

ତେବେ ଏହି ସମସ୍ୟାର ସମାଧାନ କିପରି ହେଲା, ଯାତ୍ରୀଙ୍କୁ କେଉଁ ସିଟ୍‌ ଦିଆଗଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। 

Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe