Advertisment

କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ ହନିମୁନ ଟ୍ରିପରେ ଗୋଆ ଯାଉଥିଲେ

ଇଣ୍ଡିଗୋ ଫ୍ଲାଇଟ୍ (6E-2175)ରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିଲେ ସାହିଲ କଟାରିଆ।

author-image
Debibandita Barick
ଅଦ୍ୟତନ ହୋଇଛି
Picture From incident

Picture From incident

ବିମାନରେ କୋ-କ୍ୟାପ୍ଟେନଙ୍କୁ ଜଣେ ଯାତ୍ରୀ ଚାପୁଡା ମାରିବା ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା। ଗତକାଲି ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଯାତ୍ରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା। ବର୍ତ୍ତମାନ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି ଦିଲ୍ଲୀ ପୁଲିସ।

Advertisment

ସାହିଲ କଟାରିଆ ନାମକ ଏହି ଯୁବକଙ୍କର ହନିମୁନ ଟ୍ରିପରେ ଗୋଆ ଯିବାର ଥିଲା ବୋଲି ପୁଲିସ କହିଛି। ପୁଲିସ କହିଛି ଯେ, ସାହିଲ ପାଞ୍ଚ ମାସ ତଳେ ବିବାହ କରିଥିଲେ ଏବଂ ହନିମୁନ ଟ୍ରିପରେ ଗୋଆ ଯିବାକୁ ମନସ୍ତ କରିଥିଲେ। ଏଥିପାଇଁ ସେ ଇଣ୍ଡିଗୋ ଫ୍ଲାଇଟ୍ (6E-2175) ବୁକ୍ କରିଥିଲେ। କିନ୍ତୁ ବିମାନ ଉଡାଣ ବିଳମ୍ବ ହେବାକୁ ନିଜର ହିତାହିତ ଜ୍ଞାନ ହରାଇ କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। 

ପ୍ରକାଶ ଥାଉ କି, ରବିବାରଠାରୁ ଦିଲ୍ଲୀରେ ଘନ କୁହୁଡି ଲାଗି ରହିଛି। ଏହି କାରଣରୁ ରବିବାର ରାତି ଏବଂ ସୋମବାର ସକାଳେ ଉଡାଣ ଭରିବାକୁ ଥିବା ଅନେକ ଫ୍ଲାଇଟ ବିଳମ୍ବ ହୋଇଥିଲା। ପାଖାପାଖି 10 ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିବାରୁ ରାଗି ଯାଇଥିଲେ ସାହିଲ। କୋ-କ୍ୟାପ୍ଟେନ ଫ୍ଲାଇଟ ବିଳମ୍ବ ନେଇ ଘୋଷଣା କରିବା ସମୟରେ ହଠାତ୍ ନିଜ ସିଟରୁ ଉଠି ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ସାହିଲ।

Advertisment

ଏହି ସମୟର ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଇଣ୍ଡିଗୋ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରିଛି। 

Delhi Police Passenger Hits Pilot Indigo