Advertisment

ଏୟାରବସ୍‌ ଠାରୁ ୫ଶହ ବିମାନ କିଣିବ ଇଣ୍ଡିଗୋ, ସବୁଠୁ ବଡ଼ ଡିଲ୍‌

ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍। ଏସବୁ ବିମାନ ଏୟାରବସ୍ ଏ-୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ ଶ୍ରେଣୀର।

IndiGo

IndiGo

Advertisment

ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍। ୫ଶହ ବିମାନ କିଣିବାକୁ ଏୟାରବସକୁ ଅର୍ଡର ଦେଇଛି ଇଣ୍ଡିଗୋ। ଏସବୁ ବିମାନ ଏୟାରବସ୍ ଏ-୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ ଶ୍ରେଣୀର।

Advertisment

କିଛି ଦିନ ତଳେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏକ ବଡ ଡିଲ୍ କରିଥିଲା। ଯେଉଁଥିରେ ୪୭୦ଟି ବିମାନ କିଣିବାକୁ ହୋଇଥିଲା ଡିଲ୍। ଏବେ ସେହି ରେକର୍ଡକୁ ଭାଙ୍ଗିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଆସନ୍ତା ୨୦୩୦ରୁ ୨୦୩୫ ମଧ୍ୟରେ ଏହି ଡିଲ୍ ପୂରଣ ହେବ। ଏଥିସହ ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ସେତେବେଳକୁ ହଜାରେରୁ ଅଧିକ ବିମାନ ହେବ ବୋଲି କୁହାଯାଇଛି।

୫୦ ବିଲିୟନ ଡଲାରର ଏହି ଡିଲ୍‌କୁ ନେଇ ବେଶ୍ ଉତ୍ସାହିତ ଉଭୟ ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ୟୁରୋପୀୟ ବିମାନ ନିର୍ମାତା ଏୟାରବସ୍। ପ୍ୟାରିସ୍ ଏୟାର ସୋ-୨୦୨୩ ଅବସରରେ ଇଣ୍ଡିଗୋ ଏମଡି ରାହୁଲ ଭାଟିଆ ଏବଂ ଏୟାରବସ୍ ସିଇଓ ଗୁଲୋମି ଫୌରୀଙ୍କ ମଧ୍ୟରେ ଏହି ଡିଲ୍ ହୋଇଛି। ଭାରତରେ ଏବେ ଇଣ୍ଡିଗୋର ସବୁଠୁ ଅଧିକ ୩୧୦ଟି ବିମାନ ଚଳାଚଳ କରୁଛି। 

Advertisment
Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe