Advertisment

ଇନ୍ଦୋର ଦେଶର ସବୁଠାରୁ ସଫା ସହର, କ୍ରମାଗତ ୮ମ ଥର ପାଇଁ ଜିତିଲା ଏହି ପୁରସ୍କାର

୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ନୋଏଡା ସବୁଠାରୁ ସଫା ସହର ମାନ୍ୟତା ପାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ମହୀଶୂର ରହିଛି।

Indore

Indore

Advertisment

ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ ଗୁଜରାଟର ସୁରଟ ଓ ମହାରାଷ୍ଟ୍ରର ନଭି ମୁମ୍ବାଇ ରହିଛନ୍ତି।

Advertisment

ସେହିପରି ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ନୋଏଡା ସବୁଠାରୁ ସଫା ସହର ମାନ୍ୟତା ପାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ମହୀଶୂର ରହିଛି।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଉତ୍ସବରେ ୨୦୨୪-୨୫ ସ୍ୱଚ୍ଛ ସର୍ଭେକ୍ଷଣ ସମ୍ମାନ ପ୍ରଦାନ କରିଛନ୍ତି। ଗୃହ ଓ ନଗର ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଅଧୀନରେ ନିଜ ସହରକୁ ସଫା ରଖୁଥିବା ସଂସ୍ଥାଗୁଡ଼ିକୁ ସମ୍ମାନୀତ କରାଯାଇଥିଲା।

Advertisment

ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ସହର ସଫେଇକରଣ ସର୍ଭେ। ସହରରଗୁଡ଼ିକ ସେମାନଙ୍କ ବର୍ଯ୍ୟବସ୍ତୁ ପରିଚାଳନା, ସାନିଟେସନ ଭିତ୍ତିଭୂମି ଓ ଲୋକଙ୍କ ଭାଗିଦାରୀକୁ କେମିତି କାର୍ଯ୍ୟକାରୀ କରୁଛନ୍ତି, ତା’କୁ ସର୍ଭେ ଦ୍ୱାରା ଆକଳନ କରାଯାଇଥାଏ। ସେହି ଆଧାରରେ ତାଲିକା ପ୍ରସ୍ତୁତ କରି ସମ୍ମାନ ପ୍ରଦାନ କରାଯାଇଥାଏ।

ଇନ୍ଦୋରକୁ ଏହି ଉପଲବ୍ଧି ଅନେକ ନୂଆ ଉପାୟ ଓ ସକ୍ରିୟ ନାଗରିକ ସହଭାଗିତା ଯୋଗୁ ହାସଲ ହୋଇ ପାରିଛି। ସହରରେ ଅଳିଆ ଆବର୍ଜନା ପୃଥକୀକରଣକୁ ସଶକ୍ତ ଭାବେ ଲାଗୁ କରାଯାଉଛି। ଅଳିଆ କମ କରିବା ନୀତିକୁ ପ୍ରୋତ୍ସାହିତ କରାଯିବା ସହ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତାର ସଂସ୍କୃତିକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି।

ସତର୍କ ନାଗରିକ ଓ ରିକ୍ସା ଚାଳକଙ୍କ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ମିଳିତ ଭାବେ ଇନ୍ଦିରକୁ ଅଳିଆ ମୁକ୍ତ ରଖିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁ ଇନ୍ଦୋର ଦେଶର ସବୁ ଠାରୁ ସଫା ସହରର ମାନ୍ୟତା କ୍ରମାଗତ ୮ମ ବର୍ଷ ପାଇଁ ହାସଲ କରିଛି।

Madhya Pradesh Indore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe