Advertisment

‘ସଧବା ହୋଇ ସିନ୍ଦୂର ନ ଥିବା କ୍ରୂରତାର ଲକ୍ଷଣ’

ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ହିନ୍ଦୁ ନାରୀ ବିବାହ ପରଠୁ ଏହାକୁ ପରିଧାନ କରିଥାନ୍ତି। ମାତ୍ର ଆଧୁନିକତାର ଦ୍ୱାହି ଦେଇ ଆଜିକାଲି ବହୁ ନାରୀ ଶଙ୍ଖା, ସିନ୍ଦୂରଠୁ ଦୂରେଇ ଯାଉଛନ୍ତି।

vermilion

vermilion

Advertisment

ହିନ୍ଦୁ ଧର୍ମରେ ଶଙ୍ଖା, ସିନ୍ଦୂରକୁ ସଧବା ନାରୀର ଆଭୂଷଣ ବୋଲି ବିବେଚନା କରାଯାଏ। ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ହିନ୍ଦୁ ନାରୀ ବିବାହ ପରଠୁ ଏହାକୁ ପରିଧାନ କରିଥାନ୍ତି। ଆଧୁନିକତାର ଦ୍ୱାହି ଦେଇ ଆଜିକାଲି ବହୁ ନାରୀ ଶଙ୍ଖା, ସିନ୍ଦୂରଠୁ ଦୂରେଇ ଯାଉଛନ୍ତି। ମାତ୍ର ସ୍ୱାମୀ ଜୀବୀତ ଥାଉ ଥାଉ ସିନ୍ଥିରେ ସିନ୍ଦୂର ନ ପିନ୍ଧିବା ସ୍ୱାମୀ ପ୍ରତି ଅସମ୍ମାନ ସହ କ୍ରୂରତା। ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଫ୍ୟାମିଲି କୋର୍ଟ।

Advertisment

ଛାଡ଼ପତ୍ର ବିନା ଜଣେ ମହିଳା ପ୍ରାୟ ୫ ବର୍ଷ ହେବ ନିଜ ସ୍ୱାମୀଙ୍କଠାରୁ ଦୂରେଇ ରହୁଥିଲେ। ଫଳରେ ପତ୍ନୀଙ୍କୁ ଫେରି ପାଇ ପୁଣି ଥରେ ସଂସାର କରିବା ନିମନ୍ତେ ବ୍ୟକ୍ତିଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନକାରୀଙ୍କ ଓକିଲ ନିଜ ପକ୍ଷ ରଖି କହିଛନ୍ତି, କୌଣସି କଳହ ନ ଥାଇ ବି ମହିଳାଜଣକ ପ୍ରାୟ ୫ ବର୍ଷ ହେବ ନିଜ ସ୍ୱାମୀଙ୍କଠୁ ଦୂରେଇ ଯାଇ ଅଲଗା ରହୁଛନ୍ତି। ଏପରିକି ସ୍ୱାମୀ ବଞ୍ଚି ଥାଉ ଥାଉ ସେ ନିଜ ମଥାରେ ସିନ୍ଦୂର ବି ଲଗାଉ ନାହାନ୍ତି । ବିବାହିତ ହୋଇ ବି ନିଜ ଇଚ୍ଛାରେ ମହିଳାଜଣକ ସ୍ୱାମୀଙ୍କୁ ଛାଡ଼ି ଅନ୍ୟତ୍ର ରହୁଛନ୍ତି।

Advertisment

ଏନେଇ ନିଜ ପକ୍ଷ ରଖି ମହିଳାଜଣକ କହିଥିଲେ, ସ୍ୱାମୀ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିବା ବେଳେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସେ ସ୍ୱାମୀଙ୍କଠାରୁ ଦୂରେଇ ଯାଇଛନ୍ତି। ଏଥିସହ ସ୍ୱାମୀଙ୍କଠାରୁ ଅଲଗା ରହୁଥିବାରୁ ସେ ସିନ୍ଦୂର ପିନ୍ଧୁ ନ ଥିବା ମହିଳାଜଣକ କୋର୍ଟଙ୍କ ସମ୍ମୁଖରେ କହିଥିଲେ। କୋର୍ଟଙ୍କୁ ମଧ୍ୟ ସେ ବିନା ସିନ୍ଦୂରରେ ଆସିଥିଲେ।

ଏହି ମାମଲାର ଶୁଣାଣି କରି ବିଚାରପତି କହିଛନ୍ତି, ହିନ୍ଦୁ ଧର୍ମରେ ସିନ୍ଦୂର ଲଗାଇବା ସଧବା ନାରୀର ଲକ୍ଷଣ। ମାତ୍ର ସ୍ୱାମୀ ଜୀବୀତ ଥାଉ ଥାଉ ସିନ୍ଦୂର ନ ଲଗାଇବା କ୍ରୂରତା ସହ ସମାନ ।

ଏଥିସହ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ନ ଥିବାରୁ ତତ୍‌କାଳ ସ୍ୱାମୀଙ୍କ ନିକଟକୁ ଫେରି ଆସି ସାଂସାରିକ ଜୀବନ ଆରମ୍ଭ କରିବାକୁ କୋର୍ଟ ମହିଳାଙ୍କୁ ଆଦେଶ ଦେଇଛନ୍ତି।

Madhya Pradesh Family Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe