Advertisment

ସିନ୍ଧୁ ଚୁକ୍ତି, ଆତଙ୍କବାଦ, ଅସ୍ତ୍ରବିରତି ଓ ଟ୍ରମ୍ପଙ୍କ ଶୂନ ଟାରିଫ ଦାବି: ମୁହଁ ଖୋଲିଲେ ଜୟଶଙ୍କର

ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଅଲୋଚନା କରିବାକୁ ଭାରତ ରାଜି। କିନ୍ତୁ ଏହି ଆଲୋଚନା କେବଳ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ଅଞ୍ଚଳ ଫେରାଇବା ସମ୍ପର୍କରେ ହେବ ବୋଲି ଜୟଶଙ୍କର କହିଛନ୍ତି।

Jaishankar

Jaishankar

Advertisment

ପହଲଗାମ ନରସଂହାର ପରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ଭାରତ ସରକାର ରୋକ ଲଗାଇ ଦେଇଛନ୍ତି। ଏହା ଉପରେ ପୁଣି ବିଚାର କରିବାକୁ ପାକିସ୍ତାନ ଭାରତକୁ ଚିଠି ଲେଖିବାର ଦିନକ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି। ପାକିସ୍ତାନ ସୀମା ପାର ଆତଙ୍କବାଦ ଉପରେ ସଂପୂର୍ଣ୍ଣ ଭାବେ ରୋକ ନ ଲଗାଇବା ଯାଏ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି, “ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିଥିଲା ଓ ପାକିସ୍ତାନ ଦାୟିତ୍ୱବାନ ଏବଂ ସଠିକ ଢଙ୍ଗରେ ସୀମା ପାର ଆତଙ୍କବାଦକୁ ବନ୍ଦ ନ କରିବା ଯାଏ ଏହା ବଳବତ୍ତର ରହିବ।” ସେହିପରି ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଅଲୋଚନା କରିବାକୁ ଭାରତ ରାଜି। କିନ୍ତୁ ଏହି ଆଲୋଚନା କେବଳ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ଅଞ୍ଚଳ ଫେରାଇବା ସମ୍ପର୍କରେ ହେବ ବୋଲି ଜୟଶଙ୍କର କହିଛନ୍ତି।

ବୈଦେଶିକ ବ୍ୟାପର ମନ୍ତ୍ରୀ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଶୂନ ଟାରିଫ’ ଦାବି ଉପରେ ମଧ୍ୟ ମତ ରଖିଛନ୍ତି। ଟ୍ରମ୍ପ ଦୋହାରେ କହିଥିଲେ, “ସେମାନେ(ଭାରତ) ଆମକୁ ଡିଲର ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟତଃ ସେମାନେ ଆମ ଉପରେ କୌଣସି ପ୍ରକାରର ଟାରିଫ ନ ଲଗାଇବାକୁ ରାଜି ହୋଇଛନ୍ତି।” ହେଲେ ଏଥିରେ କୌଣସି ସତ୍ୟତା ନଥିବା ଜୟଶଙ୍କର କହିଛନ୍ତି।

Advertisment

ସେ କହିଛନ୍ତି, “ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବା ଟ୍ରେଡ ଆଲୋଚନା ଚାଲିଛି। ଏଗୁଡ଼ିକ ଜଟିଳ ବୁଝାମଣା। ସବୁ କିଛି ନ ତୁଟିବା ଯାଏ କୌଣସି ନିଷ୍ପତ୍ତି ହୁଏ ନାହିଁ। ଦୁଇ ପକ୍ଷର ଫାଇଦାକୁ ଦୃଷ୍ଟିରେ ରଖି ଯେକୌଣସି ଡିଲ ହୋଇଥାଏ। ଡିଲ ଉଭୟ ଦେଶକୁ ସୁହାଉଥିବା ଉଚିତ। ବାଣିଜ୍ୟ ଡିଲରୁ ଆମର ଏମିତି ସବୁ କିଛି ଆଶା ରହିଥାଏ। ସବୁ କିଛି ଆଲୋଚନା ନହେବା ଯାଏ, କିଛି ବି ଆକଳନ କରିବା ଠିକ ନୁହେଁ।”

ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବିରତି ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନର ସାମରିକ ଘାଟି ଗୁଡ଼ିକ କେଉଁ ଧରଣର କ୍ଷତିଗ୍ରସ୍ତ ହୋଇଛି, ସେକଥା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି। ଏହାକୁ ଦେଖିବା ପରେ ସମସ୍ତେ ଜାଣିପାରୁଥିବେ ଯେ ଯୁଦ୍ଧ ବିରତି ପାଇଁ କିଏ ଆଗେଇ ଆସିଥିଲା। ଆମେ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ ପାଇଁ ରଖିଥିବା ଲକ୍ଷ୍ୟକୁ ହାସଲ କରିବାକୁ ସକ୍ଷମ ହୋଇଛୁ।

ଏପରି କି ଅପରେସନ ଆରମ୍ଭ ହେବା ବେଳେ ଆମେ ପାକିସ୍ତାନକୁ ଗୋଟିଏ ବାର୍ତ୍ତା ଦେଇଥିଲୁ ଯେ ଭାରତ କେବଳ ଆତଙ୍କୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଆମେ ସାମରିକ ଘାଟିକୁ ଟାର୍ଗେଟ କରି ନଥିଲୁ। ତେଣୁ ସାମରିକ ହସ୍ତକ୍ଷେପର ଆବଶ୍ୟକ ନାହିଁ। କିନ୍ତୁ ସେମାନେ ଆମ ତରଫରୁ ମିଳିଥିବା ଭଲ ପରାମର୍ଶକୁ ଗ୍ରହଣ କରି ନଥିଲେ। ଯେତେବେଳେ ସେମାନଙ୍କୁ ଜୋରଦାର କ୍ଷତି ସହିବାକୁ ପଡ଼ିଥିଲା ସେତେବେଳେ ସେମାନେ ଯୁଦ୍ଧ ବିରତି ପାଇଁ ଦୌଡ଼ି ଆସିଥିଲେ। ଆମେ କେତେ କ୍ଷତି କରିଛୁ ଓ ସେମାନେ କେତେ କ୍ଷତି କରିଛନ୍ତି, ତା’ର ସ୍ୟାଟେଲାଇଟ ଇମେଜ ଆସି ସାରିଛି। ତେଣୁ କିଏ ଗୁଳି ମାଡ଼ ବନ୍ଦ କରିବାକୁ ଚାହୁଁଥିଲା, ଉକ୍ତ ଛବିରୁ ସ୍ପଷ୍ଟ ହୋଇଛି।”

Operation Sindoor Pakistan Jammu Kashmir S Jaishankar Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe