Advertisment

ବାପାମା’ଙ୍କ ମୃତଦେହ ନିକଟରେ ଖେଳୁଥିଲା ନବଜାତକ, ୪ ଦିନ ପରେ ଉଦ୍ଧାର

ପ୍ରାୟ ୪ ଦିନ ପରେ ଘରୁ ଉତ୍କଟ ଗନ୍ଧ ବାହାରିବାରୁ ପୁଲିସ୍‌ କବାଟ ଭାଙ୍ଗି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି । ଏଥିସହ ନଖାଇ ନ ପିଇ କାନ୍ଦି କାନ୍ଦି ଗୁରୁତର ହୋଇ ପଡ଼ିଥିବା ଶିଶୁଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

Infant

Infant

Advertisment

ମାତ୍ର କିଛି ପୂର୍ବେ ଦୁନିଆକୁ ଆସିଛି ନବଜାତ । ହେଲେ ଦୁନିଆ କ’ଣ ଜାଣିବା ପୂର୍ବରୁ ତଥା ବାପାମା’ଙ୍କୁ ଚିହ୍ନିବା ପୂର୍ବରୁ ସେମାନେ ହାତ ଛାଡ଼ି ଚାଲିଗଲେ । ଉଭୟ ବାପାମା’ ଘରେ ଆତ୍ମହତ୍ୟା କରିଥିବା ବେଳେ ବେଡରେ ଥିଲା ନବଜାତ ଶିଶୁ। ପ୍ରାୟ ୪ ଦିନ ପରେ ଘରୁ ଉତ୍କଟ ଗନ୍ଧ ବାହାରିବାରୁ ପୁଲିସ୍‌ କବାଟ ଭାଙ୍ଗି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି । ଏଥିସହ ନଖାଇ ନ ପିଇ କାନ୍ଦି କାନ୍ଦି ଗୁରୁତର ହୋଇ ପଡ଼ିଥିବା ଶିଶୁଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡର ଡେରାଡୁନରେ ଘଟିଛି। କରଜ ଭାର ଅଧିକ ହେବାରୁ ଦମ୍ପତି ଏପରି ଚରମ ପଦକ୍ଷେପ ନେଇ ଜୀବନ ହାରିଥିବା ଜଣାଯାଇଛି। 

Advertisment

ଗତ ୧୩ ତାରିଖରେ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିଲା କି ଟର୍ନର ରୋଡସ୍ଥିତ ଏକ ଘରୁ ଉତ୍କଟ ଗନ୍ଧ ବାହାରୁଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାହାରୁ କବାଟ ବନ୍ଦ ଥିବା ଦେଖିଲା। ଏହାପରେ କବାଟ ଭାଙ୍ଗି ଭିତରେ ପଶି ପୁଲିସ୍‌ ଯାହା ଦେଖିଲା ଅବାକ ହୋଇଗଲା। ଘରେ ଏକ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ବେଳେ ବେଡରେ ଥିଲା ନବଜାତ। ବାପାମା’ ଆଉ ଦୁନିଆରେ ନ ଥିବା ବେଳେ ନିଷ୍ପାପ ଶିଶୁଟି କିନ୍ତୁ ହାତଗୋଡ଼ ହଲାଇ ଖେଳିବାରେ ବ୍ୟସ୍ତ ଥିଲା। 

ପ୍ରାୟ ୩-୪ ଦିନ ହେବ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ତାହା ପଚି ସେଥିରୁ ଉତ୍କଟ ଗନ୍ଧ ବାହାରିବାରେ ଲାଗିଥିଲା। ତୁରନ୍ତ ପୁଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ୪ ଦିନ ହେବ ନ ଖାଇ ନ ପିଇ ପିଲାଟିର ଅବସ୍ଥା ଗୁରୁତର ହୋଇ ପଡ଼ିଥିବାରୁ ତୁରନ୍ତ ତାକୁ ହସ୍ପିଟାଲରେ ଆଡମିଟ କରାଯାଇଛି।

Advertisment

ମୃତ ଦମ୍ପତି ୨୫ ବର୍ଷୀୟ ମୋହତଶିମ୍‌ ଓ ୨୨ ବର୍ଷୀୟା ଅନମ ବୋଲି ଜଣାଯାଇଛି। ସେମାନେ ୪ ମାସ ପୂର୍ବେ ଉକ୍ତ ଘର ଭଡ଼ା ନେଇ ରହୁଥିବା ବେଳେ କିଛି ଦିନ ପୂର୍ବେ ଅନମ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ।

ମାତ୍ର ଅତ୍ୟଧିକ କରଜ ଭାରରେ ବୁଡ଼ି ରହିଥିବା ମୋହତଶିମ୍‌ ଶେଷରେ ଚରମ ନିଷ୍ପତ୍ତି ନେଲେ। ଉଭୟ ପତିପତ୍ନୀ ବିଷ ପିଇ ଜୀବନ ହାରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୋହତଶିମ୍‌ ଅନମଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ପୂର୍ବରୁ ଜଣେ ପତ୍ନୀ ଓ ୫ ବର୍ଷର ଏକ ଝିଅ ବି ରହିଛି । ମୋହତଶିମ୍‌ଙ୍କ ପ୍ରଥମ ପତ୍ନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୪ ଦିନ ହେବ ସ୍ୱାମୀ ଫୋନ୍‌ ଉଠାଉ ନ ଥିବା ବେଳେ ତଥା ତାଙ୍କ ଫୋନ୍‌ ସୁଇଚ୍‌ ଅପ୍‌ ହୋଇ ଯାଇଥିବାରୁ ସେ ଡେରାଡୁନରେ ପହଞ୍ଚିଥିବା ପୁଲିସ୍‌କୁ କହିଥିଲେ।

Infant Uttarakhand Family Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe