Advertisment

ଜେଜେ ମା’ ସାଜିଲା ପିଶାଚିନୀ; ଜନ୍ମର ୪ ଦିନ ପରେ ନାତୁଣୀ ତଣ୍ଟି ଚିପି ଦେଲା

ନାତି ଆଶା କରିଥିବା ବେଳେ କୋଳକୁ ନାତୁଣୀ ଆସିବାରୁ ଜେଜେମା’ ସାଜିଲା ହତ୍ୟାକାରୀ। ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀର ତଣ୍ଟି ଚିପି ଦେଲା ଜେଜେମା’ ।

Infant

Infant

Advertisment

କୋଳକୁ ନାତି, ନାତୁଣୀ ଆସିଲେ ଜେଜେ, ଜେଜେମା’ଙ୍କ ପାଦ ଖୁସିରେ ତଳେ ଲାଗେନି। ସେମାନଙ୍କ ଉପରେ ସ୍ନେହ, ଆଦର ଅଜାଡ଼ି ଦିଅନ୍ତି। ସେମାନଙ୍କ ସବୁ ଅଳି, ଅର୍ଦ୍ଦଳିକୁ ପୂରଣ କରନ୍ତି। ମାତ୍ର ମଧ୍ୟପ୍ରଦେଶର ଗୋୱାଲିୟରର ଘଟିଛି ଏକ ସାଂଘାତିକ ଘଟଣା।

Advertisment

ଜେଜେମା’ ସାଜିଲେ ପିଶାଚିନୀ। ନାତି ଆଶା କରିଥିବା ବେଳେ କୋଳକୁ ନାତୁଣୀ ଆସିବାରୁ ଜେଜେମା’ ସାଜିଲା ହତ୍ୟାକାରୀ। ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀର ତଣ୍ଟି ଚିପି ଦେଲା ଜେଜେମା’ ।

ମଧ୍ୟପ୍ରଦେଶର ଗୋୱାଲିୟରର କାଜଲ ନାମ୍ନୀ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଶିଶୁଟି ଦିବ୍ୟାଙ୍ଗ ହୋଇଥିଲା। ଏହାଦେଖି କାଜଲଙ୍କ ଶାଶୁ କ୍ରୋଧିତ ହୋଇଥିଲେ। ଏହା ମଧ୍ୟରେ ସେ ଛୁଆଟିକୁ ମାରିବାକୁ ଷଡଯନ୍ତ୍ର କରିଥିଲେ।

Advertisment

କୌଶଳ କ୍ରମେ ଜନ୍ମର ୪ ଦିନ ପରେ ସେ ଛୁଆଟିକୁ ଶୁଆଇଦେବାକୁ କହି ସେ ନିଜ ପାଖକୁ ନେଇଥିଲେ। ଏହାପରେ ସୁଯୋଗ ଦେଖି ମେଡିକାଲରେ ତଣ୍ଟି ଚିପି ଛୁଆଟିକୁ ମାରି ଦେଇଥିଲେ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଛୁଆଟି ନ କାନ୍ଦିବାରୁ କାଜଲ ଶାଶୁଙ୍କୁ ନିଜ ଛୁଆ ମାଗିଥିଲେ ବି ସେ ଦେଇ ନ ଥିଲେ। ଏଥିରେ ସନ୍ଦେହ ହେବାରୁ କାଜଲ ଜୋରଜବଦସ୍ତି ଛୁଆଟିକୁ ଆଣି ଡାକ୍ତରଙ୍କୁ ଦେଖାଇଥିଲେ। ମାତ୍ର ଛୁଆଟିର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ।

ଶାଶୁ ହିଁ ଛୁଆଟିକୁ ମାରି ଦେଇଥିବା କାଜଲ ଅଭିଯୋଗ କରିଥିଲେ। ଏହାକୁ କେହି ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଛୁଆଟିର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପି ଛୁଆଟିକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହାପରେ ପୁଲିସ୍‌ କାଜଲଙ୍କ ଶାଶୁଙ୍କୁ ଗିରଫ କରିଛି।

ତେବେ ଏହି ଘଟଣା ପରେ କାଜଲଙ୍କ ସ୍ୱାମୀ ତାଙ୍କୁ ଘରକୁ ନେବାକୁ ମନା କରି ଦେଇଥିଲେ। ଫଳରେ ସେ ଏବେ ବାପଘରକୁ ଚାଲି ଯାଇଥିବା ଜଣାଯାଇଛି।

Murder Madhya Pradesh Infant Death In Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe