Advertisment

୨ ମାସର ଶିଶୁକୁ ଟେକି ନେଇ ପାଣି ଡ୍ରମରେ ଫିଙ୍ଗି ଦେଲେ ମାଙ୍କଡ଼ ପଲ

୨ ମାସର ଶିଶୁଟି ଘରର ବେଡରେ ଉପରେ ଶୋଇଥିଲା। ଘରର ଲୋକମାନେ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ଏତିକି ବେଳେ କିଛି ମାଙ୍କଡ଼ ଘରେ ଭିତରେ ପଶିବା ସହ ପିଲାଟିକୁ ଝାମ୍ପି ନେଇ ଚାଲି ଯାଇଥିଲେ।

AI

AI

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ତଥା ବିଚଳିତ କରିବା ଭଳି ଘଟଣା। ଘରେ ଶୋଇଥିବା ଜଣେ ୨ ମାସର ଶିଶୁଙ୍କୁ ମାଙ୍କଡ ପଲ ଟେକି ନେଇ ମାରି ଦେଇଛନ୍ତି। ପିଲାଟିକୁ ନେବା ପରେ ସେମାନେ ତା’କୁ ଛାତ ଉପରେ ଥିବା ବିରାଟକାୟ ପାଣି ଡ୍ରମରେ ଫିଙ୍ଗି ଦେଇଥିଲେ। ଏଥିଯୋଗୁ ସେ ଜୀବନ ହରାଇଛି। ଉତ୍ତର ପ୍ରଦେଶର ସୀତାପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

୨ ମାସର ଶିଶୁଟି ଘରର ବେଡରେ ଉପରେ ଶୋଇଥିଲା। ଘରର ଲୋକମାନେ ସେମାନଙ୍କ କାମରେ ବ୍ୟସ୍ତ ଥିଲେ। ଏତିକି ବେଳେ କିଛି ମାଙ୍କଡ଼ ଘରେ ଭିତରେ ପଶିବା ସହ ପିଲାଟିକୁ ଝାମ୍ପି ନେଇ ଚାଲି ଯାଇଥିଲେ। ପିଲାଟିର କାନ୍ଦ ଶୁଣି ଘର ଲୋକ ଦୌଡ଼ାଦୌଡ଼ଇ ହୋଇ ଆସିଥିଲେ। ହେଲେ ମାଙ୍କଡ଼ମାନେ ତା’କୁ ଛାତ ଉପରକୁ ନେଇ ଯାଇଥିଲେ। ଘର ଲୋକ ପିଲାଟିର କାନ୍ଦ ଶୁଣି ଛାତ ଉପରକୁ ଯିବା ବେଳକୁ ମାଙ୍କଡ଼ମାନେ ପିଲାଟିକୁ ପାଣି ଡ୍ରମରେ ଫିଙ୍ଗି ଚାଲି ଯାଇଥିଲେ।

ପରିବାର ଲୋକ କିଛି ସମୟ ପାଇଁ ଏକଥା ଜାଣି ପାରି ନଥିଲେ। ସେମାନେ ଭାବିଥିଲେ ଯେ ମାଙ୍କଡ଼ମାନେ ପିଲାଟିକୁ ନେଇ ଯାଇଛନ୍ତି। ହେଲେ ପାଣି ଡ୍ରମରୁ କାନ୍ଦ ଶୁଭିବାରୁ ଘର ଲୋକ ସେଠାରୁ ପିଲାଟିକୁ ଉଦ୍ଧାର କରିଥିଲେ। ହେଲେ ସେମାନେ ଉଦ୍ଧାର କରି ହସ୍ପିଟାଲ ନେବେ ବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ହସ୍ପିଟାଲରେ ଡାକ୍ତରମାନେ ପିଲାଟିକୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଘଟଣା ପୂରା ଗାଁରେ ଶୋକ ଖେଳାଇ ଦେଇଥିବା ବେଳେ ମାଙ୍କଡ଼ଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ି ଚାଲିଥିବା ଅଭିଯୋଗ ହୋଇଛି। ମାଙ୍କଡ଼ମାନେ ଏଠାରେ ସବୁ ଦିନ ଉତ୍ପାତ୍ତ କରି ଲୋକଙ୍କୁ ଆହତ କରୁଛନ୍ତି ଓ ଧନସମ୍ପତ୍ତି ନଷ୍ଟ କରୁଛନ୍ତି। ତଥାପି ଜଙ୍ଗଲ ବିଭାଗ ଓ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ସେମାନେ କହିଛନ୍ତି।

Uttar Pradesh Monkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe