Advertisment

ସୀମାରେ ପଶୁଥିଲେ ଆତଙ୍କବାଦୀ, ଆଖିବୁଜା ଗୁଳି ଚଳାଇଲା ସେନା

ଜମ୍ମୁ- କଶ୍ମୀରର ବଟ୍ଟଲ ସେକ୍ଟରରେ ପଶିବାକୁ ପାକିସ୍ତାନ ଅନୁପ୍ରବେଶକାରୀ ଚେଷ୍ଟା ଚଳାଇଥିବା ବେଳେ ତାହାକୁ ବିଫଳ କରି ଦେଇଛି ଭାରତୀୟ ସେନା।

author-image
Niharika Rout
Jawan

Jawan

ଜମ୍ମୁ- କଶ୍ମୀରର ବଟ୍ଟଲ ସେକ୍ଟରରେ ପଶିବାକୁ ପାକିସ୍ତାନ ଅନୁପ୍ରବେଶକାରୀ ଚେଷ୍ଟା ଚଳାଇଥିବା ବେଳେ ତାହାକୁ ବିଫଳ କରି ଦେଇଛି ଭାରତୀୟ ସେନା। ଅନୁପ୍ରବେଶକାରୀଙ୍କ ସହ ହୋଇଥିବା ମୁହାଁମୁହିଁ ସମୟରେ ଜଣେ ଯବାନ ଗୁରୁତର ହୋଇଥିବା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରି ଯାଞ୍ଚ ଚାଲିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ପାକସ୍ତାନ ପଟୁ କିଛି ଆତଙ୍କବାଦୀ ଭାରତ ବର୍ଡରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଖବର ପାଇ ରାତି ପ୍ରାୟ ୩ଟାରେ ଭାରତୀୟ ଯବାନ ଗୁଳି ଚଳାଇଥିଲେ। ଫଳରେ ଆତଙ୍କବାଦୀ ବି ଆଖିବୁଜା ପାଲଟା ଗୁଳି ଚାଳନା କରିଥିଲେ।

ଏହି ଗୁଳିବାରି ସମୟରେ ସେନାର ଜଣେ ଯବାନ ଗୁରୁତର ହୋଇଥିବା ଜଣାଯାଇଛି। ଭାରତୀୟ ସେନାର ଆକ୍ରମଣର ସାମନା କରି ନ ପାରି ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ଫେରି ଯାଇଥିବା ଜଣାଯାଇଛି।

Advertisment

ଏହାପରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତେବେ ବଟ୍ଟଲ ସେକ୍ଟରରେ ଘନ କୁହୁଡ଼ି ଯୋଗୁ ଯବାନଙ୍କୁ ସର୍ଚ୍ଚ ଅପରେସନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

Terror Attack Jammu Kashmir Jawans Injured