Advertisment

ବେଙ୍ଗାଲୁରୁର ବିଚ୍‌ ରାସ୍ତାରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କଲା ୧୦ ବର୍ଷର ପିଲା, ଭିଡିଓ ଭାଇରାଲ

ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ଓଡ଼ିଶାର ନେହା ବିଶ୍ୱାଳ। ସେ ଗୋଟିଏ ଭିଡିଓ ଜାରି କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

author-image
Hemant Lenka
Neha

Neha

କାମ ସାରି ଘରକୁ ଫେରୁଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ଜଣେ ଓଡ଼ିଆ ୟ୍ୟୁଟୁବରଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରାଯାଇଛି। ଜଣେ ୧୦ ବର୍ଷର ପିଲା ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କରିଛି। ଯୁବତୀ ଜଣଙ୍କ ମଙ୍ଗଳବାର ରାତିରେ କାମ ସାରି ଘରକୁ ଫେରିଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଛି। ସେ ଘଟଣା ବେଳର ଭିଡିଓ ମଧ୍ୟ ସମସ୍ତଙ୍କୁ ଦେଖାଇଛନ୍ତି।

Advertisment

ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ଓଡ଼ିଶାର ନେହା ବିଶ୍ୱାଳ। ସେ ଗୋଟିଏ ଭିଡିଓ ଜାରି କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏହି ସମୟରେ କାନ୍ଦି ମଧ୍ୟ ପକାଇଛନ୍ତି।

ସେ କରିଛନ୍ତି ଯେ ବିଟିଏମ ଲେୟାଆଉଟ ରାସ୍ତାରେ ସେ ଚାଲିଚାଲି ଆସିବା ସହ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ଜଣେ ଛୋଟ ପିଲା ବିପରୀତ ଦିଗରୁ ସାଇକେଲ ନେଇ ଆସିଥିଲା। ନେହା ଭିଡିଓ ରେକର୍ଡ କରୁଥିବା ବେଳେ ପିଲାଟି ତାଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ।

Advertisment

ସେ ସିଧା ନେହାଙ୍କ ଛାତି ଉପରେ ହାତ ରଖିଥିଲା। ପିଲାଟିର ଅଙ୍ଗୁଳି ଚିହ୍ନ ନେହାଙ୍କ ଡ୍ରେସ ଉପରେ ରହିଥିବା ସେ ଭିଡିଓ ଜାରି କରି ସମସ୍ତଙ୍କୁ ଜଣାଇଛନ୍ତି। ନେହା ଭିଡିଓ ପୋଷ୍ଟ କରିବା ପରେ ବେଙ୍ଗାଲୁରୁ ପୁଲିସ୍‌ ଘଟଣାକୁ ନିଜ ଆଡ଼କୁ ବିଚାରକୁ ନେଇ ତଦନ୍ତ ଆରମ୍ଭ କରିଛି।

ନେହା ବିଶ୍ୱାଳ ଉକ୍ତ ଅଞ୍ଚଳରେ ଗୋଟିଏ ପେଇଂ ଗେଷ୍ଟ ଘରେ ରହୁଛନ୍ତି। ଘଟଣାରେ ପରେ ସେ ପୂରା ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି, “ଏମିତି ଘଟଣା ମୋ ସହ କେବେ ଘଟି ନଥିଲା। ମୋତେ ବହୁତ କଷ୍ଟ ହେଉଛି। ମୁଁ ଭିଡିଓ କରୁଥିବା ବେଳେ ପିଲାଟି ସାଇକେଲ ନେ ମୋତେ ଅତିକ୍ରମ କରିଥିଲା।

ଏହାପରେ ମୋତେ ଚାହିଁବା ସହ ୟୁଟର୍ଣ୍ଣ ନେଇ ପୁଣି ମୋ ଆଡ଼କୁ ଫେରିଥିଲା। ପ୍ରଥମେ ସେ ମୋତେ ଚିଡ଼ାଇବା ସହ ଅଭଦ୍ରଙ୍କ ଭଳି ବ୍ୟବହାର କରିଥିଲା। ଶେଷରେ ସେ ମୋତେ ଅସଦାଚରଣ କରିଥିଲା। ଘଟଣା ପରେ ପିଲାଟି ଖସି ଯିବାକୁ ଚେଷ୍ଟା କରୁଥିଲା। ହଲେ ମୁଁ ପାଟି କରିବାରୁ ସ୍ଥାନୀୟ ଲୋକମାନେ ତାକୁ ଧରିଥିଲେ।

କିନ୍ତୁ ତା’ର ବୟସ ବହୁତ କମ ଥିବାରୁ ଲୋକମାନେ ତା’କୁ ଦୟା ଦେଖାଇବା ପାଇଁ କହିଥିଲେ। ପିଲାଟି ଅଜାଣତରେ ଏପରି କରିଥିବା ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ମୁଁ ତା’କୁ ଚାପୁଡ଼ା ମାରିଥିଲି। କିଛି ଲୋକ ମୋତେ ସମର୍ଥନ କରି ପିଲାଟିକୁ ମାଡ଼ ମାରିଥିଲେ। କିନ୍ତୁ ସତ କଥା କହିବାକୁ ଗଲେ ମୁଁ ଆଉ ଏଠାରେ ନିଜକୁ ସୁରକ୍ଷିତ ମଣୁ ନାହିଁ।”

ଆଉ ଏକ ଭିଡିଓରେ ନେହା ବିଶ୍ୱାଳ କହିଛନ୍ତି ଯେ ଘଟଣା ସମ୍ପର୍କରେ ସେ ବିଧିବଦ୍ଧ ଭାବେ ଅଭିଯୋଗ କରି ନାହାନ୍ତି। କିନ୍ତୁ ବେଙ୍ଗାଲୁରୁ ପୁଲିସ୍‌ ଘଟଣାକୁ ନିଜ ଆଡ଼ୁ ବିଚାରକୁ ନେଇ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ପିଲାଟିକୁ ପୁଲିସ୍‌ ଅଟକ ରଖିଥିବା ମଧ୍ୟ ଜଣାପଡ଼ିଛି।

Odisha Bengaluru