Advertisment

ଅପରେସନ ସିନ୍ଦୂର ପୋଷ୍ଟ: ଛାତ୍ରୀ ଶର୍ମିଷ୍ଠାଙ୍କୁ ମିଳିଲା ଜାମିନ

ଜାମିନ ପ୍ରଦାନ କରିବା ବେଳେ କୋର୍ଟ ତାଙ୍କୁ ଦେଶ ଛାଡ଼ି ବାହାରକୁ ନ ଯିବାକୁ କହିଛନ୍ତି। ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିପାରିବେ ନାହିଁ।

author-image
Hemant Lenka
Sharmistha

Sharmistha

ଅପରେସନ ସିନ୍ଦୂର ପୋଷ୍ଟ ମାମଲାରେ ଗିରଫ ହୋଇଥିବା ପୁଣେର ଆଇନ ବିଭାଗ ଛାତ୍ର ୨୨ ବର୍ଷୀୟ ଶର୍ମିଷ୍ଠା ପାନୋଲିଙ୍କୁ କ୍ୟାଲକାଟା ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଛନ୍ତି।

Advertisment

ଜାମିନ ପ୍ରଦାନ କରିବା ବେଳେ କୋର୍ଟ ତାଙ୍କୁ ଦେଶ ଛାଡ଼ି ବାହାରକୁ ନ ଯିବାକୁ କହିଛନ୍ତି। ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିପାରିବେ ନାହିଁ। ଶର୍ମିଷ୍ଠା ୧୦ ହଜାର ଟଙ୍କା ବେଲ ବଣ୍ଡ ବଳରେ ଏବେ ଜେଲରୁ ଖଲାସ ହୋଇପାରିବେ ବୋଲି କୋର୍ଟ କହିଛନ୍ତି। ନିଜର ସୁରକ୍ଷା ସମ୍ପର୍କରେ ଶର୍ମିଷ୍ଠା କରିଥିବା ଆବେଦନ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ କୋଲକାତା ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ସମୟରେ ମଧ୍ୟ ଶର୍ମିଷ୍ଠା ନିଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଭାରତୀୟ ସେନାର ଅପରେସନ ସିନ୍ଦୂର ଉପରେ ହୋଇଥିବା ଗୋଟିଏ ପୋଷ୍ଟର ଜବାବ ଦେବା ବେଳେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ ଶର୍ମିଷ୍ଠା। ଏଥିପାଇଁ କୋଲକାତା ପୁଲିସ୍‌ ତାଙ୍କୁ ମେ’ ୩୦ରେ ଗୁରୁଗ୍ରାମରୁ ଗିରଫ କରିଥିଲା। ଯଦିଓ ଶର୍ମିଷ୍ଠା ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ନିଜର ‌ଅତ୍ୟନ୍ତ ଆପତ୍ତିଜନକ ବୟାନ ଯୁକ୍ତ ଭିଡିଓକୁ ଡିଲିଟ କରି ଦେଇଛନ୍ତି, ହେଲେ ସେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମରୁ ଲୋକଙ୍କୁ ଟାର୍ଗେଟ କରି ଏପରି ଭିଡିଓ ପୋଷ୍ଟ କରିଥିଲେ।

Advertisment

ଶର୍ମିଷ୍ଠାଙ୍କ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଦେଖାଯିବା ସହ କୋଲକାତାର ଗୋଟିଏ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି ଶର୍ମିଷ୍ଠାଙ୍କୁ ଗିରଫ କରିଥିଲା।

ସ୍ଥାନୀୟ କୋର୍ଟ ତାଙ୍କୁ ଜୁନ ୧୩ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତାଙ୍କୁ ତଳ କୋର୍ଟ ଜାମିନ ନ ଦେବାକୁ ବିଭିନ୍ନ ଛଦ୍ମ ଆକାଉଣ୍ଟରୁ ବିଚାରପତିଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ଏହି ଘଟଣାର ଦିନକ ପରେ ଶର୍ମିଷ୍ଠାଙ୍କୁ ଜାମିନ ମିଳିଛି।

ଶର୍ମିଷ୍ଠା ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଭିଡିଓରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିଲେ। ତେଣୁ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ପୁଲିସ୍‌ ଅଧିକାରୀମାନେ ପ୍ରଥମେ ଶର୍ମିଷ୍ଠଙ୍କ ଠିକଣାରେ ନୋଟିସ କରିଥିଲେ। ହେଲେ ସେ କିମ୍ବା ତାଙ୍କ ପରିବାର ଏହାର କୌଣସି ଜବାବ ଦେଇ ନଥିଲେ। ଏହାପରେ ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରଥିଲେ। ଏହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିଲା।

Kolkata Pune Operation Sindoor