Advertisment

ବର୍ଷା ପାଣିରେ ବୁଡ଼ିଗଲା କାର, ଭିତରେ ଥିବା ଆଇଟି ପ୍ରଫେସନାଲଙ୍କ ଜୀବନ ଗଲା

ମୃତ ଯୁବତୀ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଆଇଟି ପ୍ରଫେସନାଲ। ତାଙ୍କ ନାଁ ଭାନୁରେଖା।

author-image
Niranjan Mishra
ଅଦ୍ୟତନ ହୋଇଛି
Flooded Bengaluru Underpass

Flooded Bengaluru Underpass

ବେଙ୍ଗଲୁରୁରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ବର୍ଷାବେଳେ ରାସ୍ତାର ଅଣ୍ଡରପାସରେ ଫସି ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଆଇଟି ପ୍ରଫେସନାଲ। ତାଙ୍କ ନାଁ ଭାନୁରେଖା।

Advertisment

ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କାରରେ ଯାଉଥିବା ବେଳେ କେ. ଆର. ଅଣ୍ଡରପାସ ନିକଟରେ ସେମାନଙ୍କ କାରଟି ପାଣିରେ ଫସି ଯାଇଥିଲା। କାରର କାଚବାଟେ ପାଣି ପଶିଯାଇଥିବା ବେଳେ ସେମାନେ ବାହାରି ପାରି ନ ଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ଭାନୁରେଖାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ହସ୍ପିଟାଲ ଯାଇ ସ୍ଥିତି ଦେଖିବା ସହ ମୃତ ଯୁବତୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏପଟେ ବର୍ଷାରେ ପୂରା ବେଙ୍ଗଲୁରୁ ସହର ସ୍ଥିତି ବେହାଲ ହୋଇ ପଡ଼ିଛି। ସହରରେ ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କିଛି ସ୍ଥାନରେ ପୁରୁଣା କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଅନେକ ତଳିଆ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Accident Flood Situation Unnatural Death