Advertisment

ଇନଫୋସିସ୍‌ ଚାକିରି ଛାଡ଼ି ହେଲେ ବାଇଗଣ ଚାଷୀ, ଏବେ ମିଳୁଛି ଦୁଇ ଗୁଣ ଅଧିକ ଟଙ୍କା

ସାହାସ ଦେଖାଇ ନିଜ କମ୍ଫଟଜୋନରୁ ବାହାରି ଅଲଗା କିଛି କରିଥିବା ବ୍ୟକ୍ତି ହେଉଛନ୍ତି ଭେଙ୍କଟସାମୀ ବିଗ୍ନେଶ।

Infosys techie

Infosys techie

Advertisment

ଅନେକ ଲୋକ ସେମାନଙ୍କ ଜୀବନର ନିଶା ବା ପ୍ୟାସନ ସମ୍ପର୍କରେ କହି ପାରିବେ ନାହିଁ। କିନ୍ତୁ ସେମାନଙ୍କୁ ବଞ୍ଚିବା ପାଇଁ ନିଜ ଇଚ୍ଛା ବିରୋଧରେ ମଧ୍ୟ ଅନେକ କିଛି କାମ କରିବାକୁ ପଡ଼େ। ବେଳେବେଳେ ଇଚ୍ଛା ଶକ୍ତି ଓ ନିଶା ମଧ୍ୟ ଜୀବନର ଗତିପଥକୁ ବଦଳାଇ ଦିଏ। ଇଚ୍ଛା ଶକ୍ତି ବାଜିମାତ ମଧ୍ୟ କରେ। ଏକଥା ସମସ୍ତେ ଜାଣିଛନ୍ତି।

Advertisment

କିନ୍ତୁ ଏମିତି ଖୁବ କମ ଲୋକ ଅଛନ୍ତି, ଯେଉଁମାନେ ନିଜର ନିଶା ବା ସ୍ୱପ୍ନ ପୂରଣ କରିବା ପାଇଁ ଭଲ ଚାକିରି ଛାଡ଼ିବାକୁ ସାହାସ ଦେଖାପାରନ୍ତି। ଅନେକ ଏପରି ସାହାସ ଦେଖାଇ ହଇରାଣ ହୋଇଛନ୍ତି ତ ଆଉ କିଛି ସଫଳତା ମଧ୍ୟ ପାଇଛନ୍ତି। ଏମିତି ସାହାସ ଦେଖାଇ ନିଜ କମ୍ଫଟଜୋନରୁ ବାହାରି ଅଲଗା କିଛି କରିଥିବା ବ୍ୟକ୍ତି ହେଉଛନ୍ତି ଭେଙ୍କଟସାମୀ ବିଗ୍ନେଶ।

ସେ ଇନଫୋସିସ ଭଳି ବଡ଼ କମ୍ପାନୀରେ ମୋଟ ଅଙ୍କର ଦରମା ପାଇ କାମ କରୁଥିଲେ। କିନ୍ତୁ ନିଜର ପ୍ୟାସନ ପାଇଁ ସେ ଏହାକୁ ଛାଡ଼ି ଏବେ ବାଇଗଣ ଚାଷୀ ବନି ଯାଇଛନ୍ତି। ଜାପାନରେ ସେ ନିଜକୁ ଜଣେ ସଫଳ ବାଇଗଣ ଚାଷୀ ଭାବେ ଗଢ଼ି ତୋଳିଛନ୍ତି। ଏଥିସହ ଇନଫୋସିସ୍‌ ତାଙ୍କୁ ଯେତିକି ଦରମା ଦେଉଥିଲା, ତା’ଠାରୁ ବିଗ୍ନେଶ ଅଧିକ ଦୁଇ ଗୁଣା ଟଙ୍କା ରୋଜଗାର କରୁଛନ୍ତି।

Advertisment

ମନିକଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଗ୍ନେଶଙ୍କ ଘର ତାମିଲନାଡୁ। ସେ ଜଣେ ଚାଷୀ ପରିବାରର ପିଲା। ପିଲାଟି ବେଳୁ ସେ ଚାଷକୁ ଭଲ ପାଇ ଆସିଥିଲା। କିନ୍ତୁ ପାଠପଢ଼ା ପ୍ରତି ମଧ୍ୟ ତାଙ୍କର ବେଶ ଆଗ୍ରହ ଥିଲା। ସେ ନିଜର ଶିକ୍ଷା ଶେଷ କରିବା ପରେ ଇନଫୋସିସରେ ଚାକିରି ପାଇଥିଲେ। ଏହି ଖବର ପରେ ତାଙ୍କ ବାପା ମା’ ବେଶ ଖୁସି ହୋଇଯାଇଥିଲେ। କନ୍ତୁ ଏହି ଯୁବକ ଜଣଙ୍କ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଓ ଚାଷ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଆଗକୁ ନେବାକୁ ଚାହିଁଥିଲେ।

ମହାମାରୀ କରୋନା ଲକଡାଉନ ବେଳେ ବିଗ୍ନେଶ କର୍ପୋରେଟ ଚାକିରି ଛାଡ଼ିଥିଲେ ଓ ଚାଷୀ ବନିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସେ କହିଛନ୍ତି, “କୃଷି କ୍ଷେତ୍ର ପ୍ରତି ମୋର ସବୁବେଳେ ଭଲ ପାଇବା ଥିଲା। ଲକଡାଉନ ସମୟରେ ମୋ ଭଲ ପାଇବା ପ୍ରତି ରହିଥିବା ଦୂରତା କମିଥିଲା। ମୁଁ ମୋ ପରିବାର ଲୋକଙ୍କ ଫାର୍ମକୁ ଯିବା ଆରମ୍ଭ କରିଥିଲି ଓ ଚାଷକୁ ଅଧିକ ଭଲ ପାଇଥିଲି।”

ବିଗ୍ନେଶ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଚାଷ କାମରେ ଅଧିକ ଟଙ୍କା ନାହିଁ ଓ ସେମାନେ ବିଗ୍ନେଶକୁ ସ୍ଥିର ଆୟ ପାଇଁ ଇନଫୋସିସ୍‌ରେ କାମ କରିବାକୁ ପରାମର୍ଶ ଦେଇଥିଲେ।

ତେବେ ୨୭ ବର୍ଷୀୟ ବିଗ୍ନେଶଙ୍କ ପାଖକୁ ଜାପାନରୁ ଆସିଥିଲା ବଡ଼ ସୁଯୋଗ। ଜାପାନ ଭାଷା ଓ ସଂସ୍କୃତି ସମ୍ପର୍କରେ ଗୋଟିଏ ଇନଷ୍ଟିଚ୍ୟୁଟ ତାଲିମ ଦେଉଥିବା ବିଗ୍ନେଶଙ୍କୁ ତାଙ୍କର ଜଣେ ବନ୍ଧୁ କହିଥିଲେ। ଉକ୍ତ ସଂସ୍ଥା ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କୁ ଜାପାନରେ ଚାକିରି ପ୍ରଦାନରେ ମଧ୍ୟ ସହାୟତା କରିଥାଏ। ବିଗ୍ନେଶ ସେଠାରେ ନାମ ଲେଖାଇଥିଲେ ଓ ତାଙ୍କ ପରିଶ୍ରମ ସଫଳତା ଆଣି ଦେଇଥିଲା।

୬ ମାସର ଟ୍ରେନିଂ ପରେ ବିଗ୍ନେଶଙ୍କୁ ଜାପାନରୁ ଆସିଥିଲା ଚାକିରି ଅଫର। ସେ ଗୋଟିଏ ବାଇଗଣ ଫାର୍ମରେ ଚାକିରି ପାଇଥିଲେ। ଏବେ ସେ ସେଠାରେ କାମ କରି ମାସିକ ୮୦ ହଜାର ଟଙ୍କା ପାଉଛନ୍ତି। କିନ୍ତୁ ଇନଫୋସିସ ତାଙ୍କୁ ମାସିକ ୪୦ ହଜାର ଟଙ୍କା ଦେଉଥିଲେ।

ବିଗ୍ନେଶ କହିଛନ୍ତି, “ଏଠାରେ ମୁଁ କମ୍ପାନୀରେ କ୍ୱାର୍ଟର୍ସରେ ମାଗଣାରେ ରହୁଛି। କିନ୍ତୁ ମୋ ଖାଇବା ଖର୍ଚ୍ଚ ଦରମାରୁ କଟୁଛି।” ବିଗ୍ନେଶ ସବୁଦିନ ପାଇଁ ଜାପାନରେ ରହିବା ମୁଡରେ ନାହାନ୍ତି। କମ୍ପାନୀ ସହ ଚୁକ୍ତି ସରିବା ପରେ ସେ ଚାକିରି ଛାଡ଼ି ଭାରତ ଆସିବେ। ଏଠାରେ ସେ ଜାପାନରେ ଶିଖିଥିବା ଚାଷ ଶୈଳୀକୁ ବ୍ୟବହାର କରି କାମ କରିବେ ବୋଲି କହିଛନ୍ତି।

Tamilnadu Farmer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe