/odisha-reporter/media/post_attachments/uploadimage/library/16_9/16_9_0/INS_1721660721.jpg)
INS
ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗି ଯାଇଛି। ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା।
ନିଆଁ ଲାଗି ଯୁଦ୍ଧ ପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଜୁନିୟର ସେଲର ବା କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ନୌସେନା ପକ୍ଷହରୁ ଉଦ୍ୟମ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ସେନା ପାଇଁ ଏକାଧିକ କାର୍ଯ୍ୟ କରୁଥିବା ଆଇଏନଏସ୍ ବ୍ରହ୍ମପୁତ୍ରରେ କିଛି ମରାମତି କାମ ଚାଲିଥିଲା। ନୌସେନା ଡକୟାର୍ଡରେ କାମ ଚାଲିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଆଜି ସକାଳେ ଜାହାଜର କ୍ରୁ ସଦସ୍ୟ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି।ସେମାନଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବନ୍ଦରରେ ଥିବା ଅନ୍ୟ କୌଣସି ଜାହାଜ କିମ୍ବା ଡକୟାର୍ଡକୁ ନିଆଁ ବ୍ୟାପୀ ନଥିଲା।
ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ କାମ କରାଯାଇଛି। ନିଆଁ ଆୟତ୍ତ ହୋଇଯାଇଥିଲେ ହେଁ ଏଯାଏ ଜୁନିୟର ସେଲରଙ୍କ ସନ୍ଧାନ ମିଳିନାହିଁ। ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
