Advertisment

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ: ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

ରାଜନାଥ ନିଖୋଜ ନାବିକଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନୌସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

INS Brahmaputra damaged

INS Brahmaputra damaged

Advertisment

INS ବ୍ରହ୍ମପୁତ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ। ରାଜନାଥ ନିଖୋଜ ନାବିକଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନୌସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ରବିବାର ଭାରତୀୟ ନୌସେନାର ଏହି ଯୁଦ୍ଧପୋତ ମରାମତି ପାଇଁ ମୁମ୍ବାଇ ଡକୟାର୍ଡରେ ଲଙ୍ଗର୍ ପକାଇ ଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଯୁଦ୍ଧପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଗୋଟିଏ ପଟକୁ ଢଳିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଖବର ଆସୁଥିଲା, ତାହା ସତ ବୋଲି ସ୍ପଷ୍ଟ ହୋଇଛି।

ବହୁ ଚେଷ୍ଟା ପରେ ବି ତାକୁ ସିଧା କରିହେଉନାହିଁ। ଏହା ବନ୍ଦର ଆଡ଼କୁ ଅଧିକରୁ ଅଧିକ ଢଳିବାରେ ଲାଗିଛି। ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।

Advertisment
Indian Navy INS Brahmaputra Navy Chief Rajnath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe