Advertisment

ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଦେଇଥିଲା ଗୁପ୍ତ ତଥ୍ୟ, ନୌସେନା ମୁଖ୍ୟାଳୟର କର୍ମଚାରୀ ଗିରଫ

ବିଶାଲ ନିୟମିତ ଭାବେ ପାକିସ୍ତାନର ଜଣେ ମହିଳା ହ୍ୟାଣ୍ଡେଲରର ଯୋଗାଯୋଗରେ ରହିଥିଲା। ପାକିସ୍ତାନୀ ହ୍ୟାଣ୍ଡେଲର ଜଣକ ନିଜକୁ ପ୍ରିୟା ଶର୍ମାର ପରିଚୟ ଦେଇ ବିଶାଲକୁ ନିଜ ଜାଲରେ ଫସାଇଥିଲା।

author-image
Hemant Lenka
Vishal

Vishal

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ କ୍ଲର୍କରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ରାଜସ୍ଥାନ ପୁଲିସ୍‌ର ଗୁଇନ୍ଦା ସଂସ୍ଥା ତାକୁ ଗିରଫ କରିଛି। ଗରିଫ କ୍ଲର୍କ ଜଣକ ଦିଲ୍ଲୀରେ ଥିବା ଭାରତୀୟ ନୌସେନାର ମୁଖ୍ୟାଳୟରେ କାମ କରୁଥିଲା। ନିକଟରେ ଭାରତ କରିଥିବା ଅପରେସନ ସିନ୍ଦୂର ସମେତ ଏକାଧିକ ସମ୍ବିଦେନଶୀଳ ଅପରେସନ ବେଳେ ଏହି ବ୍ୟକ୍ତି ଜଣକ ପାକିସ୍ତାନୀ ହ୍ୟାଣ୍ଡେଲରକୁ ଗୁପ୍ତ ତଥ୍ୟ ଦେଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ଗିରଫ ଅଭିଯୁକ୍ତ ଜଣକ ହେଲା ବିଶାଲ ଯାଦବ। ତା’ ଘର ହରିୟାଣର ରେୱାଡି ଅନ୍ତର୍ଗତ ପୁନସିକା ଗାଁରେ। ନୌସେନା ଭବନର ଡକୟାର୍ଡ ପ୍ରାଧିକରଣରେ ବିଶାଲ ଜଣେ ଅପର ଡିଭିଜନ କ୍ଲର୍କ ଭାବେ କାମ କରୁଥିଲା। ଗୁଇନ୍ଦା ଅଧିକାରୀମାନେ କହିଛନ୍ତି ଯେ ବିଶାଲ ନିୟମିତ ଭାବେ ପାକିସ୍ତାନର ଜଣେ ମହିଳା ହ୍ୟାଣ୍ଡେଲରର ଯୋଗାଯୋଗରେ ରହିଥିଲା। ପାକିସ୍ତାନୀ ହ୍ୟାଣ୍ଡେଲର ଜଣକ ନିଜକୁ ପ୍ରିୟା ଶର୍ମାର ପରିଚୟ ଦେଇ ବିଶାଲକୁ ନିଜ ଜାଲରେ ଫସାଇଥିଲା। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ବିଶାଲ ନିୟମିତ ଭାବେ ପ୍ରିୟାକୁ ଯୋଗାଯୋଗ କରୁଥିଲା।

ଆଇଜି(ସୁରକ୍ଷା) ବିଷ୍ଣୁକାନ୍ତ ଗୁପ୍ତାଙ୍କ କହିବା କଥା ଯେ ଭାରତରେ ରହି ପାକିସ୍ତାନ ପାଇଁ କାମ କରୁଥିବା ସନ୍ଦିଗ୍ଧଙ୍କ ଉପରେ ଗୁଇନ୍ଦା ବିଭାଗ ନଜର ରଖିଥିଲା। ଏହି ସର୍ଭେଲାନ୍ଦ ବେଳେ ବିଶାଲ ଯାଦବର କଳେଙ୍କାରୀ ସାମ୍ନାକୁ ଆସିଥିଲା। ନୌସେନା ଭବନ ସହ ଜଡ଼ିତ ଅନେକ ପ୍ରମୁଖ ଓ ସମ୍ବେଦନଶୀଳ ତଥ୍ୟକୁ ସେ ତା’ର ହ୍ୟାଣ୍ଡେଲରକୁ ଦେଇଛି। ଟଙ୍କା ବଦଳରେ ସେ ଏହି ତଥ୍ୟକୁ ଲିକ କରିଥିଲା।

Advertisment

ବିଶାଲର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିବା ପରେ ତା’କୁ ଜୟପୁର ଠାରେ ଥିବା କେନ୍ଦ୍ରୀୟ ପଚରାଉଚରା କେନ୍ଦ୍ରରେ ବିଭିନ୍ନ ଗୁଇନ୍ଦା ସଂସ୍ଥା ପକ୍ଷରୁ ଜେରା କରାଯାଇଥିଲା। ଜେରାରୁ ଜଣାପଡ଼ିଥିଲା ଯେ ବିଶାଲ ଅନଲାଇନ ଗେମ ନିଶାରେ ପଡ଼ିଥିଲେ। ଅନଲାଇନ ଗେମ ଯୋଗୁ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଏଥିରୁ ମୁକୁଳିବା ଓ ଋଣ ପରିଶୋଧ ପାଇଁ ବିଶାଳ ସେନା ସହ ଜଡ଼ିତ ଗୁପ୍ତ ତଥ୍ୟକୁ ଟଙ୍କା ପାଇଁ ତା’ର ପାକିସ୍ତାନୀ ହ୍ୟାଣ୍ଡେଲରକୁ ଦେଇଥିଲା। ଗୁପ୍ତ ତଥ୍ୟ ଲିକ କରି ସେ ମୋଟ ଅଙ୍କର ଟଙ୍କା ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି।

ତା’ର ମୋବାଇଲକୁ ଫରେନ୍ସିକ ଯାଞ୍ଚ କରାଯିବା ପରେ ଗୁଇନ୍ଦାଗିରିର ପ୍ରମାଣ ମିଳିଛି। ଅପରେସନ ସିନ୍ଦୂର ବେଳେ ବି ସେ ତଥ୍ୟ ଲିକ କରିଥିଲା। ଏସବୁ ତଥ୍ୟ ଆଧାରରେ ବୁଧବାର ରାଜସ୍ଥାନ ପୁଲିସ୍‌ର ଗୁଇନ୍ଦା ସଂସ୍ଥା ତା’କୁ ବିଧିବଦ୍ଧ ଭାବେ ଗିରଫ କରିଛି।

Pakistan Operation Sindoor