Advertisment

ନେପାଳ ଦେଇ ବିହାରରେ ପଶିଛନ୍ତି ୩ ଜୈଶ ଆତଙ୍କୀ, ଆଲର୍ଟରେ ପୂରା ରାଜ୍ୟ

ତାଲିମପ୍ରାପ୍ତ ୩ ଜୈଶ ଆତଙ୍କୀ ନିର୍ବାଚନ ପୂର୍ବରୁ ବିହାରରେ ବଡ଼ଧରଣର ହମଲା କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ବିହାର ପୁଲିସ ମୁଖ୍ୟାଳୟ ପକ୍ଷରୁ ପୂରା ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Jaish

Jaish

Advertisment

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୩ ଜଣ ସଦସ୍ୟ ବିହାରରେ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ସେମାନେ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ତାଲିମପ୍ରାପ୍ତ ୩ ଜୈଶ ଆତଙ୍କୀ ନିର୍ବାଚନ ପୂର୍ବରୁ ବିହାରରେ ବଡ଼ଧରଣର ହମଲା କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ବିହାର ପୁଲିସ ମୁଖ୍ୟାଳୟ ପକ୍ଷରୁ ପୂରା ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।

Advertisment

ବିହାରରେ ପ୍ରବେଶ କରିଥିବା ୩ କୁଖ୍ୟାତ ଜୈଶ ଆତଙ୍କବାଦୀ ହେଲେ ରାୱଲପିଣ୍ଡିର ହସନୈନ ଅଲୀ, ଉମରକୋଟର ଆଦିଲ ହୁସେନ ଓ ବାହବଲପୁରର ମହମ୍ମଦ ଉସମାନ। ୩ ଜୈଶ ଆତଙ୍କବାଦୀଙ୍କ ସ୍କେଚ ମଧ୍ୟ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ହୋଇଛି। ଗୁଇନ୍ଦା ସୂଚନାରେ କୁହାଯାଇଛି ଯେ ଏହି ୩ ଆତଙ୍କବାଦୀ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପାକିସ୍ତାନରୁ କାଠମାଣ୍ଡୁରେ ପହଞ୍ଚିଥିଲେ। ଏହାପରେ ଅଗଷ୍ଟ ଶେଷ ସପ୍ତାହ ଅର୍ଥାତ ଚଳିତ ସପ୍ତାହରେ ସେମାନେ ବିହାରରେ ପ୍ରବେଶ କରିଛନ୍ତି।

ଗୁଇନ୍ଦା ସୂଚନା ପରେ ବିହାର ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୀମାନ୍ତ ଜିଲ୍ଲାର ଅଧିକାରୀମାନଙ୍କ ସହ ୩ ଆତଙ୍କବାଦୀଙ୍କ ପାସପୋର୍ଟ ତଥ୍ୟ ଶେୟାର କରାଯାଇଛି। ସର୍ଭେଲାନ୍ସକୁ ବଢ଼ାଇବା ସହ ଗୁପ୍ତ ତଥ୍ୟ ଏକାଠି କରିବାକୁ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି। ଯେକୌଣସି ସନ୍ଦିଗ୍ଧ ଗତିବିଧି ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲା ଗୁଇନ୍ଦା ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅପରେସନ ସିନ୍ଦୂର ଓ ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ଭାରତ-ନେପାଳ ଓ ସୀମାଞ୍ଚଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏବେ ଆତଙ୍କବାଦୀଙ୍କ ପ୍ରବେଶ ଖବର ମିଳିବା ପରେ ମଧୁବାଣୀ, ସୀତାମାରହି, ସୁପାଉଲ, ଅରରିଆ, ପୂର୍ବ ଓ ପଶ୍ଚିମ ଚମ୍ପାରନ ଜିଲ୍ଲାରେ ପ୍ୟାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ସବୁ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛନ୍ତି।

Pakistan Terrorist jaish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe