/odisha-reporter/media/post_attachments/uploadimage/library/16_9/16_9_0/Pakistan_1745669938.jpg)
Pakistan
ପହଲଗାମ ନରସଂହାର ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଏସବୁ ଭିତରେ ଗୁଇନ୍ଦା ବିଭାଗ କଶ୍ମୀରର ବିଭିନ୍ନ ଜିଲ୍ଲାରେ ସକ୍ରିୟ ଭାବେ କାମ କରୁଥିବା ୧୪ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ତାଲିକା ମଧ୍ୟ ସାର୍ବଜନୀନ କରାଯାଇଛି।
ତାଲିକାରେ ଥିବା ସମସ୍ତ ୧୪ ଆତଙ୍କବାଦୀଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ। ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ସହ ଏମାନେ ମିଳିତ ଭାବେ କଶ୍ମୀରରେ କାମ କରୁଛନ୍ତି। ଏମାନେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନଙ୍କୁ ଏଠାରେ ସବୁ ପ୍ରକାରର ସହାୟତା କରୁଛନ୍ତି। ସେମାନଙ୍କ ରହିବା ଠାରୁ ଆରମ୍ଭ କରି ଟାର୍ଗେଟ ଚିହ୍ନଟରେ ସ୍ଥାନୀୟ ଆତଙ୍କବାଦୀମାନେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଜଣାପଡ଼ିଛି।
ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦ ସହ ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ଲିଙ୍କ ରହିଛି। ୧୪ ଜଣଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ ଲସ୍କର ପାଇଁ କାମ କରୁଥିବା ବେଳେ ୩ ଜଣ ହିଜବୁଲ ଓ ଆଉ ୩ ଜଣ ଜୈଶ ପାଇଁ କାମ କରୁଛନ୍ତି।
୧୪ ଜଣଙ୍କ ମଧ୍ୟରେ କେଉଁମାନେ ଅଛନ୍ତି?
୧- ଆଦିଲ ରେହମନ ଦେଣ୍ଟୋ(୨୧)- ଲସ୍କରର ସୋପର ଜିଲ୍ଲା କମାଣ୍ଡର
୨- ଆସିଫ ଅହମଦ ଶେଖ(୨୮)- ଜୈଶର ଅବନ୍ତିପୁରା ଜିଲ୍ଲା କମାଣ୍ଡର
୩- ଏହଶାନ ଅହମଦ ଶେଖ(୨୩)- ପୁଲୱାମାରେ ସକ୍ରିୟ ଥିବା ଲସ୍କର ଆତଙ୍କୀ
୪- ହରିଶ ନଜିର(୨୦)- ପୁଲୱାମାର ଲସ୍କର ଆତଙ୍କବାଦୀ
୫- ଆମୀର ନଜିର ୱାନି(୨୦)- ଜୈଶ ସହ ଜଡ଼ିତ ପୁଲୱାମା ଆତଙ୍କବାଦୀ
୬- ୱାବର ଅହମଦ ଭଟ(୨୭)- ଜୈଶ ସହ ଜଡ଼ିତ ପୁଲୱାମା ଆତଙ୍କବାଦୀ
୭- ଆସିଫ ଅହମଦ ଖାଣ୍ଡେ (୨୪)- ୨୦୧୫ରେ ହିଜବୁଲରେ ଯୋଗ ଦେଇଥିବା ଶୋପିଆନର ଆତଙ୍କବାଦୀ
୮- ନସିର ଅହମଦ ୱାନି(୨୧)- ଶୋପିଆନରେ ସକ୍ରିୟ ଲସ୍କର ସଦସ୍ୟ
୯- ଶାହିଦ ଅହମଦ କୁଟେ(୨୭)- ଶୋପିଆନରେ ସକ୍ରିୟ ଲସ୍କର ସଦସ୍ୟ
୧୦- ଆମୀର ଅହମଦ ଡାର (୩୦)- ଶୋପିଆନରେ ସକ୍ରିୟ ଲସ୍କର ସଦସ୍ୟ
୧୧- ଅଦନାନ ସାଫି ଡାର(୨୫)- ଲସ୍କର ଓ ଟିଆରଏଫର ପ୍ରମୁଖ ସଦସ୍ୟ
୧୨- ଜୁବେର ଅହମଦ ୱାନି(୩୯) – ହିଜବୁଲର ମୁଖ୍ୟ ଅପରେସନାଲ କମାଣ୍ଡର
୧୩- ହାରୁନ ରଶିଦ ଗନି(୩୨)- ହିଜବୁଲର ସକ୍ରିୟ ଆତଙ୍କବାଦୀ
୧୪- ଜାକିର ଅହମଦ(୨୯)- କୁଲଗାମର ଲସ୍କର ଆତଙ୍କବାଦୀ
ପହଲଗାମ ନରସଂହାର ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଓ ଗୁଇନ୍ଦା ବିଭାଗ ୫ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲେ। ଏମାନଙ୍କ ଲିଙ୍କ ଏବେ ଚିହ୍ନଟ ହୋଇଥିବା ୧୪ ଜଣଙ୍କ ସହ ରହିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ସେହିପରି ଏହି ୧୪ ସ୍ଥାନୀୟ ଆତଙ୍କବାଦୀ ପହଲଗାମ ନରସଂହାରରେ କୌଣସି ଭୂମିକା ଗ୍ରହଣ କରିଥିଲେ କି ନାହିଁ, ତା’ର ମଧ୍ୟ ଖୋଳତାଡ଼ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
