/odisha-reporter/media/post_attachments/uploadimage/library/16_9/16_9_0/IMAGE_1677767863.jpg)
Amritpal Singh
ଖଲିସ୍ତାନୀ ନେତା ତଥା ୱାରିସ ପଞ୍ଜବ ଦେର ମୁଖ୍ୟ ଅମ୍ରିତପାଲ ସିଂହଙ୍କ ଉପରେ ହମଲା ହେବାର ଆଶଙ୍କା ପ୍ରକାଶ ପାଇଛି। ତାଙ୍କ ଉପରେ ଆକ୍ରମଣ କରିବାକୁ ବିଭିନ୍ନ ସଂଗଠନ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଇନ୍ଦା ବିଭାଗ କହିଛି ଯେ ଦେଶର ବିରୋଧୀ ତତ୍ତ୍ୱ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
ସେମାନେ ଆକ୍ରମଣ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ପଞ୍ଜାବ ପୁଲିସ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଓ ୱାରିସ ପଞ୍ଜାବ ଦେର ଜିଲ୍ଲା ସଭାପତିମାନଙ୍କ ପାଖକୁ ଟଙ୍କା କେଉଁଠୁ ଆସୁଛି, ତା’ ଉପରେ ନଜର ରହିବାକୁ ବି କୁହାଯାଇଛି।
ବୁଧବାର ସୁରକ୍ଷା ଏଜେନ୍ସି ସନ୍ଦେହ କରିଥିଲା ଅମ୍ରିତପାଲ ସିଂହଙ୍କୁ ପାକିସ୍ତାନ ଆଇଏସଆଇ ପାଣ୍ଠି ଯୋଗାଉଛି। ସୋଶାଲ ମିଡିଆରେ ଭିନ୍ଦରନୱାଲେ ୨.୦ ଭାବେ ତାଙ୍କୁ ଚିତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଜର୍ଣ୍ଣାନୈଲ ସିଂହ ଭିନ୍ଦରନୱାଲେ ସ୍ୱତନ୍ତ୍ର ଶିଖ ଦେଶ ଗଠନ ପାଇଁ ହେଉଥିବା ଦାବିର ଦୃଢ଼ ସମର୍ଥକ ଥିଲା।
ତାକୁ ୧୯୮୪ରେ ଭାରତୀୟ ସେନା କରିଥିବା ଅପରେସନ ବ୍ଲୁଷ୍ଟାର ବେଳେ ହତ୍ୟା କରାଯାଇଥିଲା। ତେଣୁ ଅମ୍ରିତପାଲ ସିଂହଙ୍କୁ ପାକିସ୍ତାନ ସମର୍ଥନ କରି ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଯୋଜନା କରିଛି। ଏହା ଉପରେ ଭାରତୀୟ ଗୁଇନ୍ଦା ବିଭାଗ ନଜର ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
