Advertisment

ବିମାନକୁ ଧମକ ଦେବା ପଛରେ ଗୁଇନ୍ଦା ଅଧିକାରୀ, ଗିରଫ କଲା ପୁଲିସ୍‌

ଧମକପୂର୍ଣ୍ଣ କଲ ମିଳିବା ପରେ ବିମାନକୁ ରାୟପୁରରେ ଜରୁରୀ ଅବତରଣ କରାଯାଇଥିଲା। ସର୍ଚ୍ଚ ଅପରେସନ ପରେ ମିଳିଥିବା ଧମକପୂର୍ଣ୍ଣ କଲରେ ସତ୍ୟତା ନଥିବା ଜଣାପଡ଼ିଥିଲା।

Flight

Flight

Advertisment

ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ମିଳିଥିବା ଧମକ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ ଗୁଇନ୍ଦା ବିଭାଗ (ଆଇବି)ର ଅଧିକାରୀ। ମଝି ଆକାଶରେ ବିମାନ ଥିବା ବେଳେ ଧମକପୂର୍ଣ୍ଣ କଲ ମିଳିଥିଲା।

Advertisment

ଏଥିରେ ୧୮୭ ଜଣ ଯାତ୍ରୀ ଥିଲେ। ଧମକପୂର୍ଣ୍ଣ କଲ ମିଳିବା ପରେ ବିମାନକୁ ରାୟପୁରରେ ଜରୁରୀ ଅବତରଣ କରାଯାଇଥିଲା। ସର୍ଚ୍ଚ ଅପରେସନ ପରେ ମିଳିଥିବା ଧମକପୂର୍ଣ୍ଣ କଲରେ ସତ୍ୟତା ନଥିବା ଜଣାପଡ଼ିଥିଲା।

ରାୟପୁର ପୁଲିସ୍‌ ଗିରଫ କରିଥିବା ଆଇବି ଅଧିକାରୀ ଅନିମେଶ ମଣ୍ଡଳ ଜଣେ ଡେପୁଟି ସୁପରିନଟେଣ୍ଡେଣ୍ଟ ରାଙ୍କର ଅଫିସର। ସେ ନାଗପୁରରେ କାମ କରୁଥିଲେ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୧(୪) ଅଧୀନରେ ଗିରଫ କରାଯାଇଛି।

Advertisment

ଅନ୍ୟପକ୍ଷରେ ମଣ୍ଡଳଙ୍କ ଓକିଲ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ଯେ ମଣ୍ଡଳ ବିମାନରେ ବୋମା ଥିବା ଖବର ଗୋଟିଏ ସୂତ୍ରରୁ ଜାଣିବାକୁ ପାଇଥିଲେ। ଏହାପରେ ସେ ବିମାନ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ହିଁ ବୋମା ଧମକ ଦେବା ଘଟଣାରେ ଗିରଫ କରାଯାଇଛି।

ରାୟପୁର ଏସ୍‌ପି ସନ୍ତୋଷ ସିଂହ ଗିରଫଦାରୀକୁ ଠିକ ବୋଲି କହିଛନ୍ତି। ମଣ୍ଡଳଙ୍କୁ ଗିରଫ କରିବା ପରେ ତୁରନ୍ତ ଏସମ୍ପର୍କରେ ଆଇବିକୁ ଅବଗତ କରାଯାଇଥିଲା। ଆଇବି ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ତଦନ୍ତ କରି ମଣ୍ଡଳଙ୍କୁ ଗିରଫ କରିଛନ୍ତି।

Flight Service IndiGo Flights
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe