Advertisment

ପୁଲିସ୍‌ ସ୍କାନରରେ ୨୦୧୮ରୁ ହୋଇଥିବା ଇଣ୍ଟରଫେତ୍‌ ବିବାହ

୫ ବର୍ଷ ମଧ୍ୟରେ ହୋଇଥିବା ଇଣ୍ଟରଫେତ୍‌ ବାହାଘର ଗୁଡ଼ିକ ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ ଆକ୍ଟ(ସଂଶୋଧିତ) ୨୦୨୨କୁ ଉଲ୍ଲଙ୍ଘନ କରିଛି କି ନାହିଁ, ତା’ର ଛାନଭିନ ପୁଲସ କରିବ।

inter Faith

inter Faith

Advertisment

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡ ପୁଲିସ୍‌ ବଡ଼ ପଦକ୍ଷେପ ନେଇଛି। ୨୦୧୮ରୁ ଇତି ମଧ୍ୟରେ ରାଜ୍ୟରେ ହୋଇଥିବା ସମସ୍ତ ଇଣ୍ଟରଫେତ ବା ଅଲଗା ଧର୍ମ ମଧ୍ୟରେ ହୋଇଥିବା ବିବାହର ତଦନ୍ତ କରିବ ପୁଲିସ୍‌। ୫ ବର୍ଷ ମଧ୍ୟରେ ହୋଇଥିବା ଇଣ୍ଟରଫେତ୍‌ ବାହାଘର ଗୁଡ଼ିକ ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ ଆକ୍ଟ(ସଂଶୋଧିତ) ୨୦୨୨କୁ ଉଲ୍ଲଙ୍ଘନ କରିଛି କି ନାହିଁ, ତା’ର ଛାନଭିନ ପୁଲସ କରିବ।

Advertisment

ପୁଲିସ୍‌ର ଏପରି ପଦକ୍ଷେପକୁ ଏଡିଜି (ଆଇନ ଶୃଙ୍ଖଳା) ଭି ମୁରୁଗେସନ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଆମେ ଏ ସମ୍ପର୍କରେ ୧୩ଟି ଜିଲ୍ଲାର ସମସ୍ତ ଏସଏସପି ଓ ଏସପିମାନଙ୍କୁ ଚିଠି ଲେଖିଛୁ। ଯଦି ଅଲଗା ଧର୍ମର ବିବାହରେ କୌଣସି ପ୍ରକାରର ଆଇନର ଉଲ୍ଲଙ୍ଘନ ହୋଇଥିବ, ତା’ହେଲେ ଜିଲ୍ଲା ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବଳ ପୂର୍ବକ ଓ ପ୍ରଲୋଭିତ କରାଇ ଯଦି ଦୁଇଟି ଅଲଗା ଧର୍ମର ପୁଅ ଝିଅଙ୍କ ବାହାଘର ହୋଇଥିବ, ତା’ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

୨୦୧୮ରେ ରାଜ୍ୟ ସରକାର ଏନେଇ ନିୟମ ପ୍ରଣୟନ କରିଥିଲେ। ଏହାପରେ ହୋଇଥିବା ଇଣ୍ଟରଫେତ ବାହାଘରଗୁଡ଼ିକର ହିଁ ଯାଞ୍ଚ କରାଯିବ। ୫ ବର୍ଷ ତଳେ ଯେତେବେଳେ ଆଇନ ପ୍ରଣୟନ କରାଯାଇଥିଲା ସେତେବେଳେ କୁହାଯାଇଥିଲା ଯେ ଯଦି କେହି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଇଥିବେ। ଧର୍ମ ବଦଳାଇବାର ମାସକ ପୂର୍ବରୁ ଏପରି କରିବାକୁ ହେବ।

Advertisment

ଏହି ଆଇନକୁ ସଂଶୋଧିତ କରି ଗତବର୍ଷ ଡିସେମ୍ବର ୨୧ରେ ଲାଗୁ କରାଯାଇଥିଲା। ଯଦି କେହି ବଳ ପୂର୍ବରୁ ଧର୍ମ ପରିବର୍ତ୍ତନ କରିବ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦ ବର୍ଷ ଯାଏ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରିବାର ପ୍ରାବଧାନ ରହିଛି।

ଏବେ ପୁଲିସ୍‌ ବେଆଇନ ଧର୍ମ ପରିବର୍ତ୍ତନ ଆଙ୍ଗେଲକୁ ଖୋଜିବା ଆରମ୍ଭ କରିଛି। ଯଦି କେହି ଅନ୍ୟ ଧର୍ମର କାହାକୁ ବିବାହ କରିଛନ୍ତି ଓ ଏଥିପାଇଁ ଧର୍ମ ବଦଳାଇଛନ୍ତି, ତା’ହେଲେ ସେ ସରକାର ଜାରି କରିଥିବା ସମସ୍ତ ପ୍ରକାରର ନିୟମକୁ ପାଳନ କରିଛନ୍ତି କି ନାହିଁ, ତା’ର ଯାଞ୍ଚ ହେବ।

ଯଦି ଯାଞ୍ଚ ବେଳେ ପ୍ରଚଳିତ ନିୟମକୁ ପାଳନ କରାଯାଇ ନଥିବା ଜଣାପଡ଼ିବ, ତା’ହେଲେ ପୁଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Police Uttarakhand Inter Faith
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe