Advertisment

ଆଜି ସଂସଦରେ ଆସିବ କାମଚଳା ବଜେଟ

ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବାହ୍ନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

author-image
Niharika Rout
Budget

Budget

ଆଜି ସଂସଦରେ ଆଗତ ହେବ ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ ଆଜି କାମଚଳା ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବାହ୍ନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Advertisment

ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏ ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକରା।

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦାମ କମାଇବା ସହ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ବି ହୋଇପାରେ । ୭% ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ MSME ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛି ପଦକ୍ଷେପ ନିଆଯାଇପାରେ।

Advertisment

ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ। ଏହା କାମଚଳା ବଜେଟ୍ ହୋଇଥିବାରୁ କୌଣସି ବଡ଼ ନୀତିଗତ ନିଷ୍ପତ୍ତି ମୋଦି ସରକାର ନେବେ ନାହିଁ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।

ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟରେ କୌଣସି ବଡ଼ ଘୋଷଣା ହେବାର ସମ୍ଭାବନା ନଥିବା ଅର୍ଥନିତିଜ୍ଞ ମାନେ ଆକଳନ କରିଛନ୍ତି ।

Nirmala Sitharaman