Advertisment

ଘରେ ପତ୍ନୀଙ୍କୁ ଭେଟିପାରିବେ ମନୀଷ ସିସୋଦିଆ, କୋର୍ଟରୁ ମିଳିଲା ଆଶ୍ୱସ୍ତି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି।

ଅଦ୍ୟତନ ହୋଇଛି
undefined

Manish Sisodia

Advertisment

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଘରକୁ ଯାଇ ପତ୍ନୀକୁ ଭେଟି ପାରିବାର ଅନୁମତି ମିଳିଛି। ତେବେ ଏହି ସମୟରେ ସେ ଇଣ୍ଟରନେଟ୍ ବ୍ୟବହାର କରିପାରିବେନି କିମ୍ବା ଗଣମାଧ୍ୟମକୁ କୌଣସି ମତ ଦେବେନି। ଦିଲ୍ଲୀ ହାଇକୋର୍ଟ ଆଜି ଏହି ଅନୁମତି ଓ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଥିସହ ତାଙ୍କ ପତ୍ନୀଙ୍କ ମେଡିକାଲ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଦେବାକୁ କୋର୍ଟ କହିଛନ୍ତି। ସିସୋଦିଆଙ୍କ ପତ୍ନୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସହ ମତିଷ୍କ ରୋଗ ଓ ସ୍ନାୟୁ ରୋଗରେ ପୀଡ଼ିତ।

ସୂଚନା ଥାଉକି, ଏହି ମାମଲାରେ ସିସୋଦିଆ ଗିରଫ ହେବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ହଟି ସାରିଛନ୍ତି। ପରିବାର ଲୋକଙ୍କ ଛଡ଼ା ଅନ୍ୟକେହି ତାଙ୍କୁ କଷ୍ଟଡିରେ ଭେଟି ପାରୁନାହାନ୍ତି। ତାଙ୍କୁ ଇଣ୍ଟରନେଟ୍ ବ୍ୟବହାର ସୁବିଧା ମିଳୁନି କିମ୍ବା ଗଣମାଧ୍ୟମ ଆଗରେ ମତାମତ ରଖିବାର ଅବସର ମଧ୍ୟ ମିଳୁନି।

Advertisment

ସେପଟେ ପତ୍ନୀଙ୍କ ଦେହ ଗୁରୁତର ଥିବା ଦର୍ଶାଇ ସିସୋଦିଆ ବେଲ୍ ନିମନ୍ତେ ହାଇକୋର୍ଟକୁ ଯାଇଥିଲେ। ତେବେ କୋର୍ଟ ଏହି ଆବେଦନ ଶୁଣାଣି ଉପରେ ନିଜୟର ରାୟ ସଂରକ୍ଷିତ ରଖିଛନ୍ତି। ଯେତେବେଳେ କି ଲାଗିଥିବା ଅଭିଯୋଗ ଖୁବ୍ ସାଂଘାତିକ ବୋଲି କହି ୩ଦିନ ତଳେ ତାଙ୍କ ବେଲ୍ ଆବେଦନକୁ କୋର୍ଟ ଖାରଜ୍ କରିଦେଇଥିଲେ।

ସିସୋଦିଆ ଫେବୃଆରୀ ୨୬ ତାରିଖରେ ଏହି ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିଲେ। ଯେତେବେଳେ କି ସମାନ ମାମଲାରେ ମାର୍ଚ୍ଚ ୯ରେ ଇଡି ଦ୍ୱାରା ସେ ଗିରଫ ହୋଇଥିଲେ। ତିହାର ଜେଲ୍‌ରେ ଦୀର୍ଘ ସମୟ ପଚରାଉଚରା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଦିଲ୍ଲୀ ସରକାର ମଦନୀତିକୁ ୨୦୨୧ ନଭେମ୍ବର ୧୭ରେ କାର୍ଯ୍ୟକାରୀ କରିଥିଲା। ମାତ୍ର ଏହାକୁ ୨୦୨୨ ସେପ୍ଟେମ୍ୱରରେ ହଟାଇ ଦିଆଯାଇଥିଲା। ଯାହା ପରେ ମନି ଲଣ୍ଡ୍ରିଂ ଅଭିଯୋଗକୁ ଭିତି କରି ସିବିଆଇ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବରିଷ୍ଠ ଆପ୍‌ ନେତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା।

Delhi Scam Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe