Padma Shri Swami Sivananda
୧୨୭ ବର୍ଷ ବୟସରେ ଯୋଗ କରି ବିଶ୍ୱକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଯୋଗ କରିବା ସହ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ଅବସରରେ ଭାଗ ନେବା ପାଇଁ ସମସ୍ତଙ୍କୁ ବର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସୁବାସ ଘାଇ ଯୋଗଦେଇ ସ୍ୱାମୀ ଶିବାନନ୍ଦଙ୍କ ଭୂୟସୀ ପ୍ରଶଂସା କରିଥିଲେ।
ଶ୍ରୀ ଘାଇ କହିଛନ୍ତି, ୧୨୭ ବର୍ଷ ବୟସରେ ମଧ୍ୟ ନିୟମିତ ଯୋଗ କରୁଛନ୍ତି ସ୍ୱାମୀଜୀ। ସେଥିପାଇଁ ଆଜି ସେ ଫିଟ୍ ରହିଛନ୍ତି। କେବଳ ସେ ଶାରୀରିକ ନୁହଁ, ବରଂ ମାନସିକ ସ୍ତରରେ ଫିଟ ରହିଛନ୍ତି ବୋଲି ଶ୍ରୀ ଘାଇ କହିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଯୋଗର ଭିନ୍ନ ଭିନ୍ନ ମୁଦ୍ରାକୁ କରି ଦେଖାଇଥିଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା।
ସ୍ୱାମୀ ଶିବାନନ୍ଦ ୧୮୯୬ ମସିହା ଅଗଷ୍ଟ ୮ ତାରିଖରେ ବେଙ୍ଗଲ ପ୍ରେସିଡେନ୍ସିର ସେହଲତରେ ଜନ୍ମ ଗ୍ରହଣ କରିଥିଲେ। ୨୧ ମାର୍ଚ୍ଚ ୨୦୨୨ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1718551641.jpg)