Advertisment

ପୁଣି ନୁହରେ ଇଣ୍ଟରନେଟ୍ ସେବା ସ୍ଥଗିତ

ପୁଣି ଦୁଇ ଦିନ ବନ୍ଦ ରହିବ ହରିୟାଣା ନୁହରେ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ହୋଇପାରିବନି ଇଣ୍ଟେରନେଟ୍ କାମ।

Nuh Communal Clash File Photo

Nuh Communal Clash File Photo

Advertisment

ପୁଣି ଦୁଇ ଦିନ ବନ୍ଦ ରହିବ ହରିୟାଣା ନୁହରେ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ଏବଂ ଏସଏମଏସ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ୱ ହୁନ୍ଦୁ ପରିଷଦ ବ୍ରିଜ ମଣ୍ଡଳ ଜଳ ଅଭିଷେକ ଯାତ୍ରା କାରଣରୁ ଏହି ସେବା ବନ୍ଦ ରହିବ। 

Advertisment

ଜଳାଭିଷେକ ଯାତ୍ରା ପାଇଁ ଅଗଷ୍ଟ 13ରେ ପ୍ରଶାସନକୁ ଜଣାଇଥିଲା ବିଶ୍ୱ ହିନ୍ଦୁ ପରିଷଦ। କିନ୍ତୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ମନା କରି ଦେଇଥିଲା ପ୍ରଶାସନ। ପରେ ଜିଲ୍ଲା ଡେପୁଟି କମିଶନର ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ଏନେଇ ଅନୁମତି ଦେଇଥିଲେ। କିନ୍ତୁ କିଛି କଟକଣା ରଖିଛନ୍ତି ଡେପୁଟି କମିଶନର। ଅଗଷ୍ଟ 26 ରୁ 28 ପର୍ଯ୍ୟନ୍ତ ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। 

ଏହାପୂର୍ବରୁ, ଜୁଲାଇ 31 ରେ ନୁହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବା ପରେ ପ୍ରଶାସନ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ସ୍ଥଗିତ ରଖିଥିଲା। ଏହି ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଗର୍ଷ ଘଟି 6 ଜଣଙ୍କର ଜୀବନ ଯାଇଥିଲା। ଏପରିକି ହିଂସାକାଣ୍ଡ ଅନ୍ୟ ଅଞ୍ଚଳ ସମେତ ପାଖ ରାଜ୍ୟକୁ ମଧ୍ୟ ବ୍ୟାପିଥିଲା। ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ପ୍ରଶାସନ। 

Advertisment
Internet Services Suspended In Nuh Nuh Communal Clash Communal Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe