Advertisment

ଅନିର୍ଦ୍ଦିଷ୍ଟ କାଳ ପାଇଁ ପୂରା ପାକିସ୍ତାନରେ ବନ୍ଦ ହେଲା ଇଣ୍ଟରନେଟ ସେବା

ବିଭିନ୍ନ ସ୍ଥାନରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ପାକିସ୍ତାନ ସରକାର ପୂରା ଦେଶରେ ଇଣ୍ଟରନେଟ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛନ୍ତି।

author-image
Hemant Lenka
Internet

Internet

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ପୂରା ପାକିସ୍ତାନ ଜଳିବାରେ ଲାଗିଛି। ଇମ୍ରାନ ସମର୍ଥକମାନେ ବ୍ୟାପକ ପୋଡ଼ଜଳା କରିବାରେ ଲାଗିଛନ୍ତି। ଏହି ଘଟଣାରେ ୧୦୦୦ରୁ ଅଧିକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଉତ୍ତେଜନା ଥମିବାର ନାଁ ଧରୁନି।

Advertisment

ବିଭିନ୍ନ ସ୍ଥାନରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ପାକିସ୍ତାନ ସରକାର ପୂରା ଦେଶରେ ଇଣ୍ଟରନେଟ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛନ୍ତି।

ଦେଶର ଟେଲିକମ୍ୟୁନିକେସନ ଅଥୋରିଟି ଏହାକୁ ନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ମୋବାଇ ବ୍ରଡବ୍ୟାଣ୍ତ ସେବାକୁ ବନ୍ଦ କରାଯାଇଥିବା କହିଛି। ଅଲ କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନ ଗିରଫ ହେବା ପରେ ତାଙ୍କ ଦଳ ପିଟିଆଇ ପକ୍ଷରୁ ବିକ୍ଷୋଭ ଆରମ୍ଭ କରାଯାଇଥିଲା। ଏଥିପାଇଁ ଗତକାଲି ଠାରୁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ଏହି ବନ୍ଦ ଅବଧି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ।

Advertisment

ଗତକାଲି ଠାରୁ ଅଧିକାଂଶ ଲୋକ ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋଶାଲ ମିଡିଆ ଆକାଉଣ୍ଟକୁ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସବୁ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାର ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି।

Pakistan Imran Khan