Advertisment

ପୁଣି ମଣିପୁର ସ୍ଥିତି ବିଗିଡ଼ିଲା: ବ୍ୟାନ ହେଲା ଇଣ୍ଟରନେଟ୍‌

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ମଣିପୁର ଜଳୁଥିବା ବେଳେ ଦୁଇ ଜଣ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରାଯାଇଥିବା ଏବେ ଖବର ଆସିଛି।

Manipur

Manipur

Advertisment

ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର। ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବାକୁ ବ୍ୟାନ କରି ଦିଆଯାଇଛି। ମାତ୍ର ୨ ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା। ହେଲେ ଆଜି ଠାରୁ ପୁଣିଥରେ ଏହା ଉପରେ ଲଗାଯାଇଛି।

Advertisment

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି। ଏହା ଅତିକମରେ ୫ ଦିନ ଅର୍ଥାତ ଅକ୍ଟୋବର ୧ ତାରିଖ ୭.୪୫ ଯାଏ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ଲୋକମାନେ ଅକ୍ଟୋବର ୧ ଯାଏ ମୋବାଇଲରେ ଇଣ୍ଟରନେଟ ସେବା ପାଇବେ ନାହିଁ।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଥିଲା। ଏଥିପାଇଁ ମେ’ ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଦୁଇ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା।

Advertisment

କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାର ରାଜ୍ୟରେ ବିଶାଳ ବିକ୍ଷୋଭ ଦେଖାଯାଇଥିଲା। ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି।

ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।

ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ଧୂଆଁ ବାହାରୁଥିବା ବୋମା ମାଡ଼ କରାଯାଇଥିଲା। ଏଥିରେ ଅନେକ ଶିକ୍ଷାର୍ଥୀ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାକୁ ନେଇ ସୋଶାଲ ମିଡିଆରେ ଅପପ୍ରଚାର କରାଯାଉଛି। ଏହାଦ୍ୱାରା ସାର୍ବଜନୀନ ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ତେଣୁ ସରକାର ଆଜି ଠାରୁ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ମଣିପୁର ଜଳୁଥିବା ବେଳେ ଦୁଇ ଜଣ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରାଯାଇଥିବା ଏବେ ଖବର ଆସିଛି।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ୧୭ ବର୍ଷୀୟ ଛାତ୍ରୀ ଓ ସମାନ ବୟସର ଜଣେ ଛାତ୍ର ଗୋଟିଏ ଘାଷ ଗାଲିଚାରେ ବସିଛନ୍ତି। କୌଣସି ସଶସ୍ତ୍ର ବାହିନୀର ଜଙ୍ଗଲ କ୍ୟାମ୍ପର ସେମାନେ ବସିଥିବା ଭଳି ଲାଗୁଛନ୍ତି।

ଛାତ୍ରୀ ଜଣଙ୍କ ଧଳା ଟି-ଶାର୍ଟ ପିନ୍ଧିଥିବା ବେଳେ ଛାତ୍ର ଜଣଙ୍କ ଚେକ ଶାର୍ଟ ପିନ୍ଧିଛନ୍ତି। ସେମାନେ କ୍ୟାମେରାକୁ ଚାହିଁଥିବା ବେଳେ ସେମାନଙ୍କ ପଛ ପଟେ ଦୁଇ ଜଣ ବନ୍ଧୁକଧାରୀ କିଛି ଦୂରତାରେ ଛିଡ଼ା ହୋଇଛନ୍ତି।

ପରବର୍ତ୍ତୀ ଫଟୋରେ ଦୁଇ ଜଣଙ୍କ ରକ୍ତାକ୍ତ ମୃତଦେହ ତଳେ ପଡ଼ିଥିବା ବେଳର ଦୃଶ୍ୟ ରହିଛି। ତେଣୁ ସେମାନଙ୍କୁ ସଶସ୍ତ୍ର ବନ୍ଧୁକଧାରୀମାନେ ଅପହହରଣ କରିବା ପରେ ହତ୍ୟା କରିଥିବା କୁହାଯାଉଛି। ସେହିପରି ହତ୍ୟା ପୂର୍ବରୁ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ, ତା’ର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Manipur Violence Manipur Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe