Advertisment

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭା ସ୍ଥଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ; ୧୪୪ ଧାରା ଜାରି, ଇଣ୍ଟରନେଟ ବନ୍ଦ

ଆଜି ଉକ୍ତ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଉଦ୍‌ଘାଟନ କରିଥାନ୍ତେ। ତାହା ତାହା ପୂର୍ବରୁ ତାହା ପୋଡ଼ି ପାଉଁଶ ହୋଇ ଯାଇଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ଉଦ୍‌ଘାଟନର ଦିନକ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲାମକାରେ ଥିବା ପିଟି ସ୍ପୋର୍ଟ୍ସ କମ୍ପ୍ଳେକ୍ସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଆଜି ଉକ୍ତ ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଉଦ୍‌ଘାଟନ କରିଥାନ୍ତେ। ତାହା ତାହା ପୂର୍ବରୁ ତାହା ପୋଡ଼ି ପାଉଁଶ ହୋଇ ଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗତ ରାତିରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ବୀରେନ ସିଂ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିନିମନ୍ତେ ଗତକାଲି ସବୁ ପ୍ରସ୍ତୁତି ସରିଥିବା ବେଳେ ବହୁ ସଂଖ୍ୟାରେ ଚେୟାର ବି ପକା ଯାଇଥିଲା। ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସଦଭାବନ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ।

ହେଲେ ଗତ ରାତିରେ ବହୁ ସଂଖ୍ୟାରେ ଲୋକେ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ପହଞ୍ଚି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଫଳରେ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଏତିକିରେ ରାଗ ଶାନ୍ତ ନ ହେବାରୁ ସ୍ପୋଟ୍ସ କମ୍ପ୍ଲେକ୍ସରେ ବି ନିଆଁ ଲଗାଇ ଦେଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ପକ୍ଷରୁ ହିଂସାକୁ ଭଡ଼କାଇ ଏପରି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି।

Advertisment

ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟ ଲୋକଙ୍କ ସମସ୍ୟା ସରକାର ସମାଧାନ ନିମନ୍ତେ ଆନ୍ତରିକତା ପ୍ରକାଶ କରୁ ନ ଥିବାରୁ ଗତକାଲି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ୱଦେଶୀ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏପରିକି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଜନଜାତି ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ଏହି ହିଂସାକାଣ୍ଡ ଘଟିଥିଲା ।

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଥିବା ବେଳେ  ୧୪୪ ଧାରା ଲାଗୁ କରାଯାଇଛି।

Communal Violence 144 Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe