Farmers
ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ସମେତ ୨୦୦ରୁ ଅଧିକ କୃଷକ ସଂଗଠନ ଫେବ୍ରୁଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍, ବଲ୍କ ଏସ୍ଏମ୍ଏସ୍ ଓ ସମସ୍ତ ଡଙ୍ଗଲ ସେବାକୁ ବନ୍ଦ କରି ଦେଇଛନ୍ତି।
ଫସଲ ପାଇଁ ଏକ ସର୍ବନିମ୍ନ ସହାୟକ ଦର ସୁନିଶ୍ଚିତ କରିବାକୁ ଏକ ଆଇନର ବ୍ୟବସ୍ଥା କରିବା ସହିତ ଅନ୍ୟାନ୍ୟ ଦାବି ନେଇ କୃଷକମାନେ ଦିଲ୍ଲୀ ଚଲୋ ଡାକରା ଦେଇଥିବା ବେଳେ ହରିୟାଣା ସରକାର ଅମ୍ବାଲା, କୁରୁକ୍ଷେତ୍ର, କୈଥଲ,ଜିନ୍ଦ, ହିସାର, ଫତେହାବାଦ ଓ ସିରସା ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍, ବଲ୍କ ଏସ୍ଏମ୍ଏସ୍ ଓ ସମସ୍ତ ଡଙ୍ଗଲ ସେବାକୁ ବନ୍ଦ କରି ଦେଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧୧ ତାରିଖ ସକାଳ ୬ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଓ ଫେବ୍ରୁଆରୀ ୧୩ ତାରିଖ ରାତି ୧୧ଟା ୬୯ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହା ସହିତ ପଞ୍ଜାବ ଓ ହରିୟାଣା ମଧ୍ୟରେ ଅମ୍ବାଲା, ଜିନ୍ଦ ଓ ଫତେହାବାଦ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ହରିୟାଣା ପୁଲିସ ପକ୍ଷରୁ ଅମ୍ବାଲାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। ଅମ୍ବାଲା ନିକଟସ୍ଥ ଶମ୍ଭୁ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିନ୍ଦ୍ ଓ ଫତେହାବାଦ ଜିଲ୍ଲାରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଣ୍ଡିଗଡ଼ରୁ ଦିଲ୍ଲୀ ଯାଉଥିବା ଲୋକଙ୍କୁ ବିକଳ୍ପ ରାସ୍ତାରେ ଯିବାକୁ କହିଛି ପୁଲିସ୍।
ଆଇନ ଶୃଙ୍ଖଳା ସ୍ଥିତିକୁ ବଜାୟ ରଖିବାକୁ ରାଜ୍ୟରେ ୫୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ମୁତୟନ କରାଯାଇଛି। କୃଷକମାନେ ଅମ୍ବାଲା-ଶମ୍ଭୁ ସୀମା, ଖାନାଉରୀ-ଜିନ୍ଦ ଓ ଡବୱାଲୀ ସୀମାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Farmers_1707582744.jpg)