Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାମଫ୍ଲେଟ ଦେବାକୁ ସଂସଦରେ ପଶିଥିଲେ ୨ ଯୁବକ

ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହା ପଛର ଯୁକ୍ତିରେ ପୁଲିସ୍‌ କହିଥିଲା ଯେ ୪ ଅଭିଯୁକ୍ତଙ୍କୁ ମୁମ୍ବାଇ ନେବାକୁ ପଡ଼ିବ।

LS

LS

Advertisment

ସଂସଦର ସୁରକ୍ଷା ବଳୟକୁ ଭେଦ କରି ଲୋକସଭା ଚ୍ୟାମ୍ବରକୁ ଡିଆଁ ମାରିଥିବା ଦୁଇ ଯୁବକଙ୍କୁ ନେଇ ପୁଲିସ ବଡ଼ ତଥ୍ୟ ଦେଇଛି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଛି ପାମଫ୍ଲେଟ ଦେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଘଟଣା ବେଳେ ମୋଦି ଉପସ୍ଥିତ ନଥିଲେ।

Advertisment

ଏହି ଦୁଇ ଜଣଙ୍କ ବ୍ୟତୀତ ସଂସଦ ବାହାରେ ବିକ୍ଷୋଭ କରୁଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଠାରୁ ମଧ୍ୟ କିଛି ପାମଫ୍ଲେଟ ମିଳିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ନିଖୋଜ ଓ ଯଦି କେହି ପ୍ରଧାନମନ୍ତ୍ରୀଙ୍କୁ ଖୋଜି ଆଣିବେ, ତା’ହେଲେ ତାଙ୍କୁ ସ୍ୱିସ ବ୍ୟାଙ୍କରୁ ପୁରସ୍କାର ବାବଦରେ ଟଙ୍କା ମିଳିବ ବୋଲି ଉଲ୍ଲେଖ ରହିଛି। 

ଏକଥା ଦିଲ୍ଲୀ ପୁଲିସ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିବା ବେଳେ କୋର୍ଟଙ୍କୁ ଜଣାଇଛି। ସେହିପରି ପୂରା ଘଟଣା ପଛର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିହାରର ଲଳିତ ଝା ଫେରାର ଥିବା ପୁଲିସ୍‌ କହିଛି।

Advertisment

ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହା ପଛର ଯୁକ୍ତିରେ ପୁଲିସ୍‌ କହିଥିଲା ଯେ ୪ ଅଭିଯୁକ୍ତଙ୍କୁ ମୁମ୍ବାଇ ନେବାକୁ ପଡ଼ିବ। କାରଣ ଏମାନେ ସ୍ମୋକ କାନିଷ୍ଟର୍ସ ମୁମ୍ବାଇରୁ କିଣିଥିଲେ। ସେହିପରି ସଂସଦ ଭିତରକୁ କାନିଷ୍ଟର୍ସ ନେବାକୁ ବ୍ୟବହାର ହୋଇଥିବା ଜୋତା ଲକ୍ଷ୍ମୌରୁ କିଣା ଯାଇଥିଲା।

ଏହାବାଦ ଅନୁପ୍ରବେଶ ପଛରେ କୌଣସି ଆତଙ୍କବାଦ କାର୍ଯ୍ୟକଳାପ ରହିଛି କି ନାହିଁ, ସେକଥା ଜାଣିବାକୁ ପଡ଼ିବ। ସ୍ମୋକ ଆଟାକ ପଛରେ ଏକାଧିକ ଲୋକଙ୍କ ଲିଙ୍କ ଥିବା ଆଶଙ୍କା କରାଯାଉଛି। କାରଣ ଜଣେ ବ୍ୟକ୍ତି କେବେ ହେଲେ ଏକାକୀ ଏତେ ବଡ଼ ଯୋଜନା କରିପାରିବ ନାହିଁ ବୋଲି ପୁଲିସ କୋର୍ଟଙ୍କୁ ଅବଗତ କରାଇଛି।

ପୁଲିସ୍‌ ପକ୍ଷରୁ ଆହୁରି କୁହାଯାଇଛି ଯେ ଘଟଣା ପଛର କାରଣ ଏଯାଏ ସ୍ପଷ୍ଟ ଭାବେ ଜଣାପଡ଼ିନି। ସେମାନେ ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ମଣିପୁର ହିଂସା ଆଦି ପ୍ରସଙ୍ଗ ସାଂସଦମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଂସଦରେ ଅନୁପ୍ରବେଶ କରିଥିଲେ। କିନ୍ତୁ ପ୍ରକୃତରେ ଏହା ପଛର କାରଣ ଜାଣିବା ପାଇଁ ୧୫ ଦିନର ରିମାଣ୍ଡ ଆବଶ୍ୟକ ବୋଲି ପୁଲିସ୍‌ କହିଥିଲା। ତେବେ କୋର୍ଟ କେବଳ ୭ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ଏହାପୂର୍ବରୁ ପୁଲିସ୍‌ ସୂତ୍ରରେ କୁହାଯାଇଥିଲା ଯେ ମାଷ୍ଟରମାଇଣ୍ଡ ଲଳିତ ଝା କୋଲକାତାରେ ଶିକ୍ଷକ ଭାବେ କାମ କରୁଥିଲେ। କିନ୍ତୁ ଘଟଣା ପରଠାରୁ ସେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଶେଷ ଥର ପାଇଁ ରାଜସ୍ଥାନର ନୀମରାନା ଠାରେ ଦେଖିବାକୁ ମିଳିଥିଲେ। ଲଳିତ ମଧ୍ୟ ଅନ୍ୟ ଦୁଇ ଯୁବକଙ୍କ ଭଳି ସଂସଦ ଭିତରକୁ ଯିବାର ଥିଲା।

କିନ୍ତୁ ଭିଜର୍ସ ପାସ୍‌ ନ ମିଳିବାରୁ ସେ ଭିତରକୁ ଯାଇ ପାରି ନଥିଲେ। କିନ୍ତୁ ବାହାରେ ରହି ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବତୀ ଓ ଯୁବକଙ୍କ ଭିଡିଓ ରେକର୍ଡ କରିଥିଲେ। ଏହାକୁ ସୋଶାଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି। ସମସ୍ତ ୪ ଅଭିଯୁକ୍ତଙ୍କ ଫୋନ ଲଳିତଙ୍କ ପାଖରେ ରହିଛି। ସମ୍ଭବତଃ ସେ ଏହାକୁ ନଷ୍ଟ କରିବାକୁ ଚାହୁଁଥିବା ପୁଲିସ୍‌ ଆଶଙ୍କା କରୁଛି।

Parliament Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe