Advertisment

୩୦୦ ଏକର ଫ୍ୟାକ୍ଟ୍ରୀରେ ତିଆରି ହେବ ଆଇଫୋନ, ଲକ୍ଷେ ଲୋକଙ୍କୁ ମିଳିବ ନିଯୁକ୍ତି

କର୍ଣ୍ଣାଟକାର ୩୦୦ ଏକର ଜମିରେ ତିଆରି ହେବାକୁ ଥିବା ଗୋଟିଏ ନୂଆ ଫ୍ୟାକ୍ଟ୍ରୀରେ ଉତ୍ପାଦନ ହେବ ଆପଲ ବା ଆଇଫୋନ।

author-image
Hemant Lenka
ଅଦ୍ୟତନ ହୋଇଛି
IPhones

IPhones

କର୍ଣ୍ଣାଟକାର ୩୦୦ ଏକର ଜମିରେ ତିଆରି ହେବାକୁ ଥିବା ଗୋଟିଏ ନୂଆ ଫ୍ୟାକ୍ଟ୍ରୀରେ ଉତ୍ପାଦନ ହେବ ଆଇଫୋନ। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଏ ସମ୍ପର୍କରେ ସୂଚନା ଦେଇଛି। ଏହି ଉତ୍ପାଦନକାରୀ ୟୁନିଟ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଉଭୟ ଦାବି କରିଛନ୍ତି।

Advertisment

ଆଇଫୋନ ତିଆରି କରୁଥିବା ଫକ୍ସକନକୁ ବେଙ୍ଗାଲୁରୁ ଉପକଣ୍ଠରେ ଜମି ଯୋଗାଇ ଦିଆଯାଇଛି। ଏଠାରେ ସରକାରଙ୍କ ପକ୍ଷରୁ କମ୍ପାନୀକୁ ୩୦୦ ଏକ ଜମି ମିଳିଛି। ଆପଲ ଫୋନର ଏହା ସବୁଠାରୁ ବଡ଼ ଉତ୍ପାଦନକାରୀ ଫ୍ୟାକ୍ଟ୍ରୀ ହେବ। ଏହି ତାଇୱାନ କମ୍ପାନୀର ଫ୍ଲାଗଶିପ ୟୁନିଟ ହୋନ ହାଇ ପ୍ରିସିସିଅନ ଇଣ୍ଡଷ୍ଟ୍ରୀ କୋ ଲିଃ ସ୍ଥାନୀୟ ଉତ୍ପାଦନ ପାଇଁ ୭୦୦ ମିଲିୟନ ଡଲାରର ପୁଞ୍ଜିନିବେଶ କରିବ।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଡବଲ ଇଞ୍ଜିନ ସରକାରଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ବୋମାଇ ମଧ୍ୟ ଏପରି ପୁଞ୍ଜିନିବେଶ କର୍ଣ୍ଣାଟକା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି।

Advertisment

ଏହି ଫ୍ୟାକ୍ଟ୍ରୀରେ କେବଳ ଆଇଫୋନ ଉତ୍ପାଦନ ହେବନି। ବରଂ ଆପଲ ଫୋନର ବିଭିନ୍ନ ପାର୍ଟକୁ ମଧ୍ୟ ଯୋଡ଼ାଯିବ। ଫକ୍ସକନ ଏହି ସ୍ଥାନର କିଛି ଅଂଶକୁ ବିଦ୍ୟୁତ ଗାଡ଼ି ବ୍ୟବସାୟ ପାଇଁ ମଧ୍ୟ ବ୍ୟବହାର କରିବ ବୋଲି କୁହାଯାଉଛି।

ଆଜି ଏୟାରପୋର୍ଟ ପାଖରେ ଥିବା ନୂଆ କ୍ୟାମ୍ପସକୁ ଫକ୍ସକନର ୧୭ ଜଣିଆ ପ୍ରତିନିଧି ଦଳ ସମୀକ୍ଷା ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରେ କମ୍ପାନୀର ଅଧ୍ୟକ୍ଷ ୟଙ୍ଗ ଲିଉ ମଧ୍ୟ ଥିଲେ। ୟଙ୍ଗ କହିଛନ୍ତି, “ବେଙ୍ଗାଲୁରୁ ବିଶ୍ୱସ୍ତରୀୟ କମ୍ପାନୀର ପ୍ରଥ ପସନ୍ଦ। ଏଠାରେ ଥିବା ବ୍ୟବସ୍ଥା ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରୁଛି।” ଏହି ପ୍ରତିନିଧି ଦଳ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଇ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Karnataka Delhi Iphone