Advertisment

ଦଲଜିତ ସିଂହ ଚୌଧୁରୀ ହେଲେ ବିଏସ୍‌ଏଫ ଡିଜି

୧୯୯୦ ମସିହା ଆଇପିଏସ କ୍ୟାଡର(ଉତ୍ତର ପ୍ରଦେଶ) ଏବେ ସଶସ୍ତ୍ର ସୀମା ବଳ ବା ଏସଏସବିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

author-image
Hemant Lenka
IPS Daljit Chawdhary

IPS Daljit Chawdhary

କେନ୍ଦ୍ର ସରକାର ଆଜି ସୀମା ସୁରକ୍ଷା ବଳ ବା ବିଏସ୍‌ଏଫର ଡିଜି ଭାବେ ଦଲଜିତ ସିଂହ ଚୌଧୁରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ୧୯୯୦ ମସିହା ଆଇପିଏସ କ୍ୟାଡର(ଉତ୍ତର ପ୍ରଦେଶ) ଏବେ ସଶସ୍ତ୍ର ସୀମା ବଳ ବା ଏସଏସବିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏସଏସବି ସହ ବିଏସଏଫର ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳିବେ।

Advertisment

ବିଏସ୍‌ଏଫ ଡିଜି ନୀତୀନ ଅଗ୍ରୱାଲଙ୍କୁ ଗତକାଲି କେନ୍ଦ୍ର ସରକାର ପଦରୁ ହଟାଇ ଦେଇଥିଲେ। କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିଲା। ଏହାପରେ ଆଜି କେନ୍ଦ୍ର ସରକାର ଶ୍ରୀ ଚୌଧୁରୀଙ୍କୁ ବିଏସଏଫ ଦାୟିତ୍ୱ ଦେଇଛନ୍ତି।

ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୌଧୁରୀ ଅତିରିକ୍ତ ଭାବେ ବିଏସଏଫ ଡିଜି ଦାୟିତ୍ୱରେ ରହିବେ। ଏହି ପଦରେ ସେ ସ୍ଥାୟୀ ବିଏସଏଫ ଡିଜି ନିଯୁକ୍ତ ହେବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କାରିବେ। ବର୍ତ୍ତମାନ ନେପାଳ ଓ ଭୁଟାନ ସୀମାରେ ମୁତୟନ ଏସଏସବିର ମୁଖ୍ୟ ଭାବେ ଶ୍ରୀ ଡିଜି କାମ କରୁଛନ୍ତି।

Advertisment
BSF SSB IPS Daljit Chawdhary