Advertisment

ପ୍ରଥମ ଘଟଣା: ଏହି କାରଣ ପାଇଁ IPS ଅଫିସରଙ୍କର ହେଲା ଡିମୋସନ

ଉଚ୍ଚ ପଦସ୍ଥ ଅଧିକାରୀମାନେ ପଙ୍କଜ କୁମାରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ପାହ୍ୟାକୁ ହ୍ରାସ କରାଯାଇଛି।

author-image
Hemant Lenka
IPS

IPS

ସାଧାରଣତଃ ପୁଲିସ୍‌ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ କିମ୍ବା ସାଧାରଣ କର୍ମଚାରୀଙ୍କୁ ପ୍ରମୋସନ ବା ପଦୋନ୍ନତି ମିଳିଥାଏ। କିନ୍ତୁ ଏବେ ସାମ୍ନାକୁ ଆସିଛି ଗୋଟିଏ ବିରଳ ଘଟଣା। ଦୀର୍ଘ ବର୍ଷ ଧରି ବରିଷ୍ଠ ଅଧିକାରୀ ଭାବେ କାମ କରୁଥିବା ରାଜସ୍ଥାନ କ୍ୟାଡର ଆଇପିଏସ୍‌ ପଙ୍କଚ କୁମାର ଚୌଧୁରୀଙ୍କର ହୋଇଛି ଡିମୋସନ। ଅର୍ଥାତ ତାଙ୍କ ପାହ୍ୟା ହ୍ରାସ କରାଯାଇଛି।

Advertisment

ପାରିବାରି ସମସ୍ୟା ଆଇନ ଜାଲରେ ଛନ୍ଦି ହୋଇ ଏକଦା ରହିଥିବାରୁ ପଙ୍କଜ ଚୌଧୁରୀଙ୍କୁ ୩ ବର୍ଷ ପାଇଁ ନିଜ ପାହ୍ୟାରୁ ତଳକୁ ଖସାଇ ଦିଆଯାଇଛି। ପୂର୍ବରୁ ସେ ଲେଭଲ ୧୧ ସିନିୟର ପେ ସ୍କେଲରେ ରହିଥିଲେ। କିନ୍ତୁ ଏବେ ୩ ବର୍ଷ ପାଇଁ ସେ ଲେଭଲ ୧୦ ଜୁନିୟର ପେ ସ୍କେଲରେ ରହିବେ। ଲେଭଲ ୧୦ ଜୁନିୟର ପେ ସ୍କେଲରେ ସାଧାରଣତଃ ନୂଆ ଆଇପିଏସ୍‌ମାନଙ୍କୁ ରଖାଯାଇଥାଏ। କିନ୍ତୁ ପଙ୍କଜ କୁମାର ଚୌଧୁରୀଙ୍କୁ ସେହି ପାହ୍ୟାରେ ରଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜସ୍ଥାନରେ ପ୍ରଥମଥର ପାଇଁ କୌଣସି ଆଇପିଏସ୍‌ଙ୍କୁ ଏପରି ଡିମୋସନ ହେବାକୁ ପଡ଼ିଛି।

ରିପୋର୍ଟରେ ଦାବି କରାଯାଇଛି ଯେ ଉଚ୍ଚ ପଦସ୍ଥ ଅଧିକାରୀମାନେ ପଙ୍କଜ କୁମାରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ପାହ୍ୟାକୁ ହ୍ରାସ କରାଯାଇଛି। ପଙ୍କଜ କୁମାର ଚୌଧୁରୀ ପ୍ରଥମେ ଜଣେ ମହିଳାଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ସେ ଦ୍ୱିତୀୟ ବିବାହ କରିଥିଲେ।

Advertisment

ପ୍ରାୟ ୪ ବର୍ଷ ତଳେ ତାଙ୍କ ପାରିବାରିକ ବିବାଦ ମାମଲା ପ୍ରଥମେ ରାଜସ୍ଥାନ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଇଥିଲା। କୋର୍ଟ ଆଇପିଏସ୍‌ ଅଧିକାରୀଙ୍କ ସପକ୍ଷରେ ଗୋଟିଏ ରାୟ ମଧ୍ୟ ଦେଇଥିଲେ। ୨୦୨୦ରେ ପ୍ରଥମ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ, ୨୦୨୧ରେ ହାଇକୋର୍ଟ ଓ ୨୦୨୧ରେ ସୁପ୍ରିମକୋର୍ଟ ପଙ୍କଜ କୁମାରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ। ତଥାପି ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ଡିମୋସନ କରିଛନ୍ତି। କିନ୍ତୁ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ ବିଧିବଦ୍ଧ ଭାବେ କୌଣସି ପ୍ରକାରର ବିବୃତି ଜାରି କରି ନାହାନ୍ତି।

୨୦୦୯ ବ୍ୟାଚ୍‌ର ଆଇପିଏସ ପଙ୍କଜ କୁମାର ଚୌଧୁରୀ ଏବେ ଜୟପୁରରେ ଥିବା କମ୍ୟୁନିଟୀ ପୁଲିସିଂର ଏସ୍‌ପି ଭାବେ କାମ କରୁଛନ୍ତି। କିନ୍ତୁ ଡିମୋସନ ପରେ ତାଙ୍କ ପାହ୍ୟା ଏସ୍‌ପି ରହିବ। କିନ୍ତୁ ଏହା ଲେଭଲ ୧୦କୁ ଖସି ଆସିବ। ସେହି ଅନୁସାରେ ତାଙ୍କୁ ଦରମା ମଧ୍ୟ ମିଳିବ।

Rajasthan Ips