Accident
ଆଇପିଏସ୍ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାଯାଇଛି। ଏପରି ଏକ ଅଘଟଣ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଘଟିଛି।
ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍ ଅଧିକାରୀଜଣକ ହେଲେ ପରିତୋଷ ପଙ୍କଜ । ସେ ଭଦ୍ରାଞ୍ଚଳମର ଏଏସ୍ପି ଭାବେ କାର୍ଯରତ ଅଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି ସେଠାକୁ ଗସ୍ତରେ ଯାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ସହର ମଧ୍ୟ ଦେଇ ଗତି କରିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ଉକ୍ତ ସମୟରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ କାର୍କେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। କାର୍ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ତଳେ ପଡ଼ି ଯାଇଥିଲେ ଆଇପିଏସ୍ ଅଧିକାରୀ ପରିତୋଷ ପଙ୍କଜ ।
ତୁରନ୍ତ ସେଠାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସର୍ଜରୀ ହୋଇଥିବା ବେଳେ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us