Advertisment

IPS Officer: ଘର ଭିତରେ ନିଜକୁ ଗୁଳି କରିଦେଲେ ବରିଷ୍ଠ ଆଇପିଏସ୍‌ ଅଫିସର

ପୂରନ କୁମାର ହେଉଛନ୍ତି ୨୦୦୧ ବ୍ୟାଚର ଆଇପିଏସ୍‌ ଅଫିସର। ସେ ଜଣେ ଏଡିଜି ରାଙ୍କର ପୁଲିସ୍‌ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୨୯ରେ ତାଙ୍କୁ ରୋହତକର ସୁନାରିଆରେ ଥିବା ପୁଲିସ୍‌ ଟ୍ରେନିଂ ସେଣ୍ଟରରେ ନୂଆ ନିଯୁକ୍ତି ମିଳିଥିଲା।

author-image
Hemant Lenka
IPS

ଆଇପିଏସ୍‌ ପୂରନ କୁମାର

ନିଜକୁ ନିଜେ ଗୁଳି କରିଛନ୍ତି ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ। ଘର ଭିତରେ ସେ ଗୁଳି ଚଳାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ହରିୟାଣାର ଏହି ବରିଷ୍ଠ ଆଇପିଏସ(Ips) ଜଣଙ୍କ ହେଲେ ପୂରନ କୁମାର। ସେ ଚଣ୍ଡିଗଡ଼ର ସେକ୍ଟେର ୧୧ ସ୍ଥିତ ଘରେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ଘଟଣା ବେଳେ ପୂରନ କୁମାର ଏକାକୀ ତାଙ୍କ ଘରେ ରହିଥିଲେ ବୋଲି ଜଣାପଡ଼ିଛି। 

Advertisment

ଖବର ପାଇ ପୁଲିସ୍‌ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ହେଁ କ’ଣ ପାଇଁ ଆଇପିଏସ୍‌ ପୂରନ କୁମାର ଏପରି ପଦକ୍ଷେପ ନେଲେ, ସେକଥା ଜଣାପଡ଼ିନାହିଁ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଚଣ୍ଡିଗଡ଼ ଏସ୍‌ପି କନୱରଦୀପ କୌର କହିଛନ୍ତି, “ପ୍ରାୟ ଦିନ ୧.୩୦ ବେଳେ ଘଟଣା ସମ୍ପର୍କରେ ସୂଚନା ସେକ୍ଟର ୧୧ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲା। ସେକ୍ଟର ୧୧ର ଷ୍ଟେସନ ହାଉସ ଅଫିସର ବା ଏସଏଚ୍‌ଓ ଓ ତାଙ୍କ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ଆତ୍ମହତ୍ୟା ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଆଇପିଏସ୍‌ ଅଫିସର ପୂରନ କୁମାର।” 

Advertisment

କ’ଣ କିଛି ସୁଇସାଇଡ ନୋଟ ମିଳିଛି କି ବୋଲି ପ୍ରଶ୍ନରେ ଏସ୍‌ପି କହିଛନ୍ତି, “ସିଏଫଏସ୍‌ଏଲର ଗୋଟିଏ ଟିମ ଘଟଣା ସ୍ଥଳର ଅନୁଧ୍ୟାନ କରିଛନ୍ତି ଓ ଏବେ ଘଟଣାର ତଦନ୍ତ ଚାଲିଛି।” 

ପୂରନ କୁମାର ହେଉଛନ୍ତି ୨୦୦୧ ବ୍ୟାଚର ଆଇପିଏସ୍‌ ଅଫିସର। ସେ ଜଣେ ଏଡିଜି ରାଙ୍କର ପୁଲିସ୍‌ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୨୯ରେ ତାଙ୍କୁ ରୋହତକର ସୁନାରିଆରେ ଥିବା ପୁଲିସ୍‌ ଟ୍ରେନିଂ ସେଣ୍ଟରରେ ନୂଆ ନିଯୁକ୍ତି ମିଳିଥିଲା। ହେଲେ ଆଜି ସେ ଘର ଭିତରେ ଜୀବନ ହାରି(Sucide) ଦେଇଛନ୍ତି। 

ପୂରନ କୁମାରଙ୍କ ପତ୍ନୀ ଅମନ ପି କୁମାର ଜଣେ ଆଇଏଏସ୍‌(Ias) ଅଫିସର। ବର୍ତ୍ତମାନ ସେ ସରକାରୀ କାମରେ ଜାପାନ ଯାଇଛନ୍ତି। ସେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭାରତରେ ପହଞ୍ଚିବେ ବୋଲି ଜଣାପଡ଼ିଛି। 

Ips Ias Sucide