Advertisment

IPS Officer: ୮ ପୃଷ୍ଠାରେ ଚିଠି ଛାଡ଼ି ଯାଇଛନ୍ତି ଆତ୍ମହତ୍ୟା କରିଥିବା ଆଇପିଏସ୍‌, ରହିଛି ସାଂଘାତିକ ତଥ୍ୟ

ସେପ୍ଟେମ୍ବର ୨୯ରେ ୨୦୦୧ ବ୍ୟାଚ୍‌ର ଆଇପିଏସ୍‌ କୁମାରଙ୍କୁ ରୋହତକର ପୁଲିସ୍‌ ଟ୍ରେନିଂ କଲେଜକୁ ବଦଳି କରାଯାଇଥିଲା। ପୂର୍ବରୁ ସେ ରୋହତକ ରେଞ୍ଜର ଆଇଜି ଭାବେ କାମ କରୁଥିଲେ। ୧୯୭୩ ମସିହା ମେ’ ୧୯ରେ ଜନ୍ମ ଗ୍ରହଣ କରିଥିବା କୁମାର ୨୦୩୩ ମେ’ ୩୧ରେ ଅବସର ନେବାର ଥିଲା।

IPS

ଆଇପିଏସ୍‌ ପୂରନ କୁମାର (ଫାଇଲ ଫଟୋ)

Advertisment

ଘର ଭିତରେ ନିଜକୁ ନିଜେ ଗୁଳି କରି ଜୀବନ ହାରିଥିବା ହରିୟାଣାର ବରିଷ୍ଠ ଆଇପିଏସ ୱାଇ ପୂରନ କୁମାରଙ୍କୁ ନେଇ ବଡ଼ ଖବର ଆସିଛି। ମଙ୍ଗଳବାର ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ବାସଭବନରୁ ପୂରନ କୁମାରଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଆତ୍ମହତ୍ୟା(Suicide) ପୂର୍ବରୁ ପୂରନ କୁମାର ଲେଖିଥିବା ୮ ପୃଷ୍ଠାର ଚିଠି ପୁଲିସ୍‌ ହାତରେ ଲାଗିଛି।

Advertisment

ଏଥିରେ ତାଙ୍କୁ କେମିତି ବରିଷ୍ଠ ପୁଲିସ ଅଧିକାରୀମାନେ ମାନସିକ ନିର୍ଯାତନା ଦେଉଥିଲେ, ତା’ର ବିସ୍ତୃତ ତଥ୍ୟ ରହିଛି। ମାନସିକ ନିର୍ଯାତନା ସହି ନ ପାରି ପୂରନ କୁମାର ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲା। ଘରର ବେସମେଣ୍ଟରୁ କୁମାରଙ୍କ ମୃତଦେହକୁ ପ୍ରଥମେ ତାଙ୍କ ଝିଅ ଠାବ କରିଥିଲେ। 

ପୂରନ କୁମାର(Ips)ଙ୍କ ପତ୍ନୀ ଜଣେ ଆଇଏଏସ୍‌। ଘଟଣା ବେଳେ ସେ ସରକାରୀ କାମରେ ଜାପାନରେ ଗସ୍ତରେ ଥିଲେ। ଖବର ପାଇ ଆଜି ସେ ଭାରତ ଫେରିଛନ୍ତି। ଏସବୁ ଭିତରେ ପୁଲିସ୍‌କୁ ୮ ପୃଷ୍ଠାର ଚିଠି ମିଳିଛି। 

Advertisment

ଗୋଟିଏ ଲାଞ୍ଚ ମାମଲାରେ ଆଇପିଏସ୍‌ କୁମାରଙ୍କ ନାଁ ଯୋଡ଼ି ହେବାରୁ ଏହାକୁ ନେଇ ସେ ଚିନ୍ତାରେ ଥିଲେ। ଜଣେ ମଦ କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁକୁ ଲାଞ୍ଚ ମାମଲାରେ ଯୋଡ଼ା ଯାଇଥିଲା। 

ସୋମବାର ରୋହତକ ପୁଲିସ୍‌ ମଦ କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଆଧାରରେ ଗୋଟିଏ ଏଫଆଇଆର ରୁଜୁ କରିଥିଲା। କଣ୍ଟ୍ରାକ୍ଟର ଜଣଙ୍କ କହିଥିଲେ ଯେ ଆଇପିଏସ୍‌ ପୂରନ କୁମାରଙ୍କ ସହଯୋଗୀ ସୁଶୀଲ କୁମାର ତାଙ୍କୁ ଅଫିସରଙ୍କ ନାଁରେ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ମାଗୁଛନ୍ତି। ମଦ କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ପରେ ପୁଲିସ୍‌ ତୁରନ୍ତ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା। ଏଥିସହ ଏଫଆଇଆରରେ ପୂରନ କୁମାରଙ୍କ ନାଁ ଯୋଡ଼ିଥିଲା। ତେବେ ଉକ୍ତ ଏଫଆଇଆର ଏଯାଏ ଅନଲାଇନରେ ଅପଲୋଡ ହୋଇନାହିଁ। 

ସେପ୍ଟେମ୍ବର ୨୯ରେ ୨୦୦୧ ବ୍ୟାଚ୍‌ର ଆଇପିଏସ୍‌ କୁମାରଙ୍କୁ ରୋହତକର ପୁଲିସ୍‌ ଟ୍ରେନିଂ କଲେଜକୁ ବଦଳି କରାଯାଇଥିଲା। ପୂର୍ବରୁ ସେ ରୋହତକ ରେଞ୍ଜର ଆଇଜି ଭାବେ କାମ କରୁଥିଲେ। ୧୯୭୩ ମସିହା ମେ’ ୧୯ରେ ଜନ୍ମ ଗ୍ରହଣ କରିଥିବା କୁମାର ୨୦୩୩ ମେ’ ୩୧ରେ ଅବସର ନେବାର ଥିଲା। କିନ୍ତୁ ତାଙ୍କ ସହ ଏଇ କିଛି ଦିନ ଭିତରେ ଅନେକ ଘଟଣା ଘଟିଥିଲା। ପ୍ରଥମେ ବଦଳି ପରେ ଏଫଆଇଆରରେ ତାଙ୍କ ନାଁକୁ ଯୋଡ଼ା ଯାଇଥିଲା। 

ଏବେ ପୁଲିସ୍‌ ହାତରେ ଲାଗିଥିବା କୁମାରଙ୍କ ୮ ପୃଷ୍ଠାର ଚିଠରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି। ଏହା ପଛରେ ଥିବା ୧୦ ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ନାଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। 

ଚିଠିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ନିୟମିତ ଭାବେ ଅନେକ ବରିଷ୍ଠ ଅଧିକାରୀମାନେ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ସେମାନେ ମିଳିତ ଭାବେ ତାଙ୍କ ପୁଲିସ କ୍ୟାରିୟରକୁ ବରବାଦ କରିବାକୁ ଧମକ ଦେଇଥିଲେ। ବାରମ୍ବାର ସିନିୟରମାନେ ଏପରି କରୁଥିବାରୁ ଏହାକୁ ତାଙ୍କ ପକ୍ଷେ ସହିବା ଆଉ ସମ୍ଭବ ହେଉ ନଥିବା ମଧ୍ୟ ସେ ଚିଠିରେ ଲେଖିଛନ୍ତି। 

ଚଣ୍ଡିଗଡ଼ ପୁଲିସ୍‌ ଚିଠିକୁ ଜବତ କରିଥିଲେ ହେଁ ଏଥିରେ କେଉଁ ସବୁ ଅଧିକାରୀଙ୍କୁ କୁମାର ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ କୁହାଯାଉଛି ଯେ ରୋହତକରେ ଘଟିଥିବା ଗୋଟିଏ ଦୁର୍ନୀତି ମାମଲାର ଫାଇଲ ଦିବଂଗତ କୁମାର ଖୋଲିବାକୁ ଚେଷ୍ଟା କରୁଥିବାରୁ ଏହାକୁ ନେଇ କିଛି ଅବସର ଓ କାର୍ଯ୍ୟରତ ଅଧିକାରୀ ତାଙ୍କୁ ବିରୋଧ କରୁଥିଲେ। ଏଥିପାଇଁ ତାଙ୍କୁ ନିୟମିତ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଜଣାପଡ଼ିଛି।

ଆତ୍ମହତ୍ୟା କରିବା ପୂର୍ବରୁ ସେ ହରିୟାଣା(Haryana) ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କୁ ଚିଠି ଲେଖି ଆଇପିଏସ୍‌ ଅଧିକାରୀଙ୍କୁ ମିଳୁଥିବା ପଦୋନ୍ନତି ଉପରେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନକୁ ଉଲ୍ଲଙ୍ଘନ କରି ପଦୋନ୍ନତି ଦିଆଯାଉଥିବା ମଧ୍ୟ ସେ କହିଥିଲେ। ଏହାକୁ ନେଇ କିଛି ଆଇପିଏସ୍‌ଙ୍କ ସହ ତାଙ୍କର ତିକ୍ତତା ଲାଗି ରହିଥିଲା। 

Suicide Ips Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe