Advertisment

କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇରାକ ବିମାନ

ଚୀନ୍ ଯାଉଥିବା ଇରାକର ଏକ ବିମାନ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

author-image
Debibandita Barick
Iraq Flight

Iraq Flight

କୋଲକାତା ବିମାନବନ୍ଦରରେ ଇରାକର ଏକ ବିମାନ ଜରୁରୀ ଅବତରଣ କରିଛି। ଚୀନ୍ ଯାଉଥିବା ଏହି ବିମାନଟି ଆଜି ସକାଳେ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

Advertisment

ବିମାନ ମଧ୍ୟରେ ଜଣେ ଯାତ୍ରୀଅସୁସ୍ଥ ହୋଇ ପଡ଼ିବାରୁ ଜରୁରୀ ଅବତରଣ କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

ସୂଚନା ଅନୁସାରେ, ଇରାକର ରାଜଧାନୀ ବାଗଦାଦରୁ ଚାଇନାର ଗୁଆଙ୍ଗଜୋକୁ ଉଡ଼ାଣ ଭରିଥିଲା IA-473 ବିମାନ। ବିମାନରେ 15 ଜଣ କ୍ୟୁ ସଦସ୍ୟଙ୍କ ସହ 100 ଜଣ ଯାତ୍ରୀ ଥିଲେ। ଉଡାଣର କିଛି ସମୟ ପରେ ଜଣେ 16 ବର୍ଷୀୟ ଝିଅ ଅସୁସ୍ଥ ହୋଇ ପଡିଥିଲେ।

Advertisment

ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିଲା। ସକାଳ ପ୍ରାୟ ସାଢେ ଦଶଟା ସମୟରେ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଅସୁସ୍ଥ ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି।

Emergency Landing Iraq Flight