Advertisment

ପୁଣି ଥରେ ଟ୍ରେନ୍‌ ଦୁର୍ଘଟଣାର ଷଡ଼ଯନ୍ତ୍ର, ଟ୍ରାକ୍‌ରୁ ମିଳିଲା ୯ଟି ଲୁହା ରଡ

ଦିଲ୍ଲୀ -ବଠିଣ୍ଡା ରେଳ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ ହୋଇଛି। ରେଲୱେ ପୁଲିସ୍‌ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

author-image
Niharika Rout
iron-bars-recovered-from-railway-track-

iron-bars-recovered-from-railway-track-

ଗୁଜରାଟର ବଡୋଦରା, ଉତ୍ତରପ୍ରଦେଶର କାନପୁର ଓ ରାମପୁର ପରେ ଏବେ ପଞ୍ଜାବର ବଠିଣ୍ଡାରେ ବି ହୋଇଛି ରେଳ ଦୁର୍ଘଟଣାର ଷଡଯନ୍ତ୍ର । ମାତ୍ର ରେଳ ବିଭାଗର ତତ୍ପରତା ହେତୁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀ -ବଠିଣ୍ଡା ରେଳ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ ହୋଇଛି। ରେଲୱେ ପୁଲିସ୍‌ ମାମଲା ରୁଜୁ କରି ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

Advertisment

ରବିବାର ଭୋର ୩ଟାରେ ବଠିଣ୍ଡା- ଦିଲ୍ଲୀ ରେଳ ଟ୍ରାକ୍‌ରେ ଏକ ମାଲବାହୀ ଟ୍ରେନ୍‌ ଯାଉଥିଲା। ମାତ୍ର ଟ୍ରାକ୍‌ରେ ଲୁହା ରଡ ପଡ଼ିଥିବାରୁ ଟ୍ରେନ୍‌ କୌଣସି ସିଗନାଲ ପାଇ ପାରି ନ ଥିଲା। ଏହାପରେ ତୁରନ୍ତ ଛାନଭିନ ଆରମ୍ଭ କରାଯାଇ ଟ୍ରାକ୍‌ରୁ ୯ଟି ଲୁହା ରଡ ଜବତ କରାଯାଇଛି। ଏହାର କିଛି ସମୟ ପରେ ଟ୍ରାକ୍‌ରେ ରେଳ ଚଳାଚଳ ଆରମ୍ଭ ହୋଇଛି।

ବିଭିନ୍ନ ସ୍ଥାନରେ ଥିବା ରେଲୱେ ଟ୍ରାକ୍‌ରୁ ନିୟମିତ ଭାବେ କିଛି ନା କିଛି ଜିନିଷ ଜବତ କରାଯାଉଛି। କେଉଁଠୁ ଗ୍ୟାସ୍‌ ସିଲିଣ୍ଡର ତ କେଉଁଠୁ ସିମେଣ୍ଟ ଖଣ୍ଡ, କେଉଁଠୁ ପଥର ଆଦି ଜିନିଷ ଜବତ ହେଉଛି। ରେଳ ଦୁର୍ଘଟଣା ଘଟାଇବା ଉଦ୍ଦେଶ୍ୟରେ କିଏ ଏପରି କାଣ୍ଡ କରୁଥିବା ସନ୍ଦେହ ହେଉଛି । ତେବେ କିଏ ବାରମ୍ବାର ଏପରି ଘଟଣା ଘଟାଉଛି, ଏହା ପଛରେ ଆଉ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇପାରୁନି।

Advertisment

ଦିନକ ପୂର୍ବରୁ କାନପୁରର ମହାରାଜପୁର ରେଲୱେ ଷ୍ଟେଶନ ନିକଟ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଥିଲା। କିନ୍ତୁ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳିଗଲା। ଏହାପୂର୍ବରୁ ୮ ତାରିଖରେ ବି କାନପୁରରେ ସମାନ ଘଟଣା ଘଟିଥିଲା। ଏକ ଗ୍ୟାସ୍‌ ଭର୍ତ୍ତି ଟାଙ୍କି ରଖି କାଳନ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବ୍ଲାଷ୍ଟ କରି ଉଡ଼ାଇବାକୁ ଷଡଯନ୍ତ୍ର ହୋଇଥିଲା। ଦ୍ରୁତ ଗତିରେ ଥିବା ଟ୍ରେନ୍‌ଟି ସିଲିଣ୍ଡରରେ ପିଟି ହୋଇ ରହି ଯାଇଥିଲା। ଏହାପରେ ଯାଞ୍ଚ ସମୟରେ ଟ୍ରାକ୍‌ ଉପରୁ ପେଟ୍ରୋଲ ଭର୍ତ୍ତି ବୋତଲ, ଦିଆସିଲ, ବାରୁଦ ଆଦି ଜବତ ହୋଇଥିଲା। NIA ଏହି ଘଟଣାର ଯାଞ୍ଚ କରୁଛି।

ସେହିପରି ଗୁଜରାଟ ବଡୋଦରାରେ ବି ଏକ ବଡ଼ ରେଳ ଦୁର୍ଘଟଣାକୁ ଟାଳି ଦିଆଯାଇଛି। କେହି ଦୁର୍ବୃତ୍ତ ଟ୍ରେନ୍‌ ଟ୍ରାକ୍‌ର ପ୍ଲେଟ ଓ ଚାବି ଖୋଲି ଟ୍ରାକ୍‌ ଉପରେ ରଖି ଦେଇଥିଲେ। ଏଥିଯୋଗୁ ଏକ ଦୁର୍ଘଟଣା ଘଟିଥାନ୍ତା। ମାତ୍ର କି- ମ୍ୟାନ୍‌ ତୁରନ୍ତ ଘଟଣା ସମ୍ପର୍କରେ ଷ୍ଟେଶନ ମାଷ୍ଟରଙ୍କୁ ଖବର ଦେବାରୁ ଟ୍ରାକ୍‌ର ଯାଞ୍ଚ କରାଯାଇ ଟ୍ରାକ୍‌କୁ ସଜଡ଼ା ଯାଇଥିଲା। ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରିବାକୁ କେହି ଏପରି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି।

Punjab Train Accident