Advertisment

ଡେଟିଂ ଆପ୍‌ରେ ହୋଇଥିଲା ଦେଖା, IRSଙ୍କ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

୩ ବର୍ଷ ହେଲା ଶିଳ୍ପାଙ୍କ ସମ୍ପର୍କ ସୌରଭଙ୍କ ସହ ରହିଥିଲା। ସେମାନେ ପରସ୍ପରକୁ ଡେଟିଂ ଆପ୍‌ରେ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Meena

Meena

Advertisment

ଭାରତୀୟ ରେଭିନ୍ୟୁ ସର୍ଭିସ(ଆଇଆରଏସ୍‌) ଅଫିସର ସୌରଭ ମୀନାଙ୍କୁ ଗିରଫ କରିଛି ପୁଲିସ୍‌। ନୋଏଡା ସ୍ଥିତ ତାଙ୍କ ଫ୍ଲାଟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୌରଭ ଓ ମହିଳା ଜଣଙ୍କ ପରସ୍ପରକୁ ଡେଟିଂ ଆପ୍‌ ଜରିଆରେ ଚିହ୍ନି ଥିଲେ। ଏହାପରେ ଏପରି ଘଟଣା ଘଟଣା ଘଟିଛି।

Advertisment

ନୋଏଡା ସେକ୍ଟର ୧୦୦ରେ ଥିବା ଫୋଶ ଲୋଟସ ବୌଲେଭାର୍ଡ ଆପର୍ଟମେଣ୍ଟ କମ୍ପ୍ଲେକ୍ସର ଲୋକଙ୍କ ପୁଲିସ୍‌କୁ ଦେଖି ପୂରା ଚକିତ ହୋଇ ଯାଇଥିଲେ। ଗୋଟିଏ ପୁଲିସ୍‌ ଟିମ ସୋସାଇଟର ଟାୱାର ୮ରେ ପହଞ୍ଚିଥିଲା। ପୁଲିସ୍‌ ସୌରଭଙ୍କ ଫ୍ଲାଟରେ ପହଞ୍ଚିବା ପରେ ସେଠାରୁ ଶିଳ୍ପା ଗୌତମଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଶିଳ୍ପା ଭେଲ୍‌ରେ ଏଚ୍‌ଆର ଭାବେ କାମ କରୁଥିଲେ।

ଶିଳ୍ପାଙ୍କ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ୩ ବର୍ଷ ହେଲା ଝିଅର ସମ୍ପର୍କ ସୌରଭଙ୍କ ସହ ରହିଥିଲା। ସେମାନେ ପରସ୍ପରକୁ ଡେଟିଂ ଆପ୍‌ରେ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Advertisment

ଶିଳ୍ପାଙ୍କ ବାପା ଓପି ଗୌତମ ଅଭିଯୋଗ କରିଛନ୍ତି ଯେ ସୌରଭ ଛଳନା କରିବା ସହ ତାଙ୍କ ଝିଅକୁ ଶାରୀରିକ ନିର୍ଯାତନା ଦେଉଥିଲେ। ଆଇଆରସି ଅଫିସର ସୌରଭ ତାଙ୍କ ଝିଅ ଶିଳ୍ପାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ନିଜ କଥାରୁ ଓହରି ଯାଇଥିଲେ। ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା। ଏପରି କି ସୌରଭ ନିୟମିତ ଭାବେ ଶିଳ୍ପାଙ୍କୁ ମାଡ଼ ମଧ୍ୟ ମାରୁଥିଲେ ବୋଲି ଓପି ଗୌତମ ଅଭିଯୋଗ କରିଛନ୍ତି।

ତେବେ ସୌରଭ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ଶିଳ୍ପାଙ୍କ ସହ ତାଙ୍କର ଦେଖା ଡେଟିଂ ଆପ୍‌ରେ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି। ହେଲେ ୩ ବର୍ଷ ନୁହେଁ, ବରଂ ୩ ମାସ ତଳେ ହିଁ ଶିଳ୍ପାଙ୍କ ସହ ତାଙ୍କର ଦେଖା ହୋଇଥିଲା ବୋଲି ସେ ଦାବି କରିଛନ୍ତି।

ସେକ୍ଟର ୩୯ ପୁଲିସ୍‌ ଷ୍ଟେସନରେ ଓପି ଗୌତମ ଦେଇଥିବା ଅଭିଯୋଗପତ୍ରରେ ଦାବି କରିଛନ୍ତି ଯେ ଶିଳ୍ପାଙ୍କୁ ଗୌତମ ହତ୍ୟା କରିଛନ୍ତି। ସୌରଭ ମିଥ୍ୟା ପ୍ରଲୋଭନ ଦେଖାଇ ଶିଳ୍ପାଙ୍କୁ ନିଜ ପାଖକୁ ଆଣିଥିଲେ। ତାଙ୍କୁ ବାହାଘରର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁର୍ବବ୍ୟବହାର କରିଥିଲେ ବୋଲି ଓପି ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଅଭିଯୋଗ ଆଧାରରେ ଗୋଟିଏ ମାମଲା ରୁଜୁ କରି ସୌରଭଙ୍କୁ ଗିରଫ କରିଛି।

ନୋଏଡା ଡିସିପି ମନୀଷ କୁମାର ମିଶ୍ରା କହିଛନ୍ତି, “ସୌରଭଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି। ଘଟଣାର ସବୁ ଦିଗରୁ ତଦନ୍ତ କରାଯାଉଛି। ପୁଲିସ୍‌ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ସେହିପରି ସିସିଟିଭି ଫୁଟେଜ ଓ ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ କରାଯାଉଛି।”

Suicide Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe